ଦିଲ୍ଲୀରେ ପୁଣିଥରେ ଭୂମିକମ୍ପର ଝଟକା, ଲୋକେ ‌ଭୟଭୀତ…

add-all

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣିଥରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଏହି ଝଟକା ସାମାନ୍ୟ ଥିଲେ ବି ଦ୍ବିତୀୟଥର ଭୂମିକମ୍ପ ଝଟକା ପାଇ ଦିଲ୍ଲୀବାସୀ ଭୟଭୀତ ହୋଇଯାଇଛନ୍ତି। ଘର ଭିତରୁ ଲୋକେ ବାହାରକୁ ବାହାରି ଚାଲି ଆସିଥିଲେ। ଏଥିରେ କାହାରି କିଛି କ୍ଷତି ହୋଇ ନଥିବା ଜଣାପଡ଼ିଛି।
ମାର୍ଚ୍ଚ ୨୨ ତାରିଖ ବୁଧବାର ସନ୍ଧ୍ୟା ୪.୪୨ରେ ଦିଲ୍ଲୀରେ ଅନୁଭୂତ ହୋଇଥିବା ଭୂମିକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ୨.୭ ରହିଥିବା ଜଣାପଡ଼ିଛି। ଏହି ଭୂମିକମ୍ପର କେନ୍ଦ୍ର ପଶ୍ଚିମଦିଲ୍ଲୀ ବୋଲି କୁହାଯାଉଛି।
ଏହା ପୂର୍ବରୁ ଗତ ରାତିରେ ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ମଙ୍ଗଳବାର ରାତି ୧୦.୧୭ରେ ଅନୁଭୂତ ହୋଇଥିବା ଭୂମିକମ୍ପର ତୀବ୍ରତା ରେକ୍ଟର ସ୍କେଲରେ ୬.୬ ରହିଥିବା ହେତୁ କିଛିସମୟ ଧରି ଦିଲ୍ଲୀ ଥରି ଉଠିଥିଲା।
ଦିଲ୍ଲୀ-ଏନସିଆର ବ୍ୟତୀତ ହିମାଚଳ, ରାଜସ୍ଥାନର ଅନେକ ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା । ଭାରତ ବ୍ୟତୀତ ପାକିସ୍ତାନ ଓ ଆଫଗାନିସ୍ତାନ, ତାଜିକିସ୍ତାନ ଓ ଚୀନରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି। ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ ବୋଲି କୁହାଯାଉଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୬ ରହିଥିଲା ।

ad-week
Leave A Reply

Your email address will not be published.