କେଶରୀ ରିଅଲ ଇଷ୍ଟେଟ ଅଫିସରେ ଇଡିର ଚଢ଼ାଉ

add-all

ଭୁବନେଶ୍ବର: କେଶରୀ ରିଅଲ ଇଷ୍ଟେଟ ଅଫିସରେ ଇଡିର ଚଢ଼ାଉ ଜାରି ରହିଛି। କେଶରୀ ଇଷ୍ଟେଟର ପୂର୍ବତନ ନିର୍ଦଶକ ଅକ୍ଷୟ କୁମାର ଚୌଧୁରୀଙ୍କ ଘରେ ଇଡିର ଚଢ଼ାଉ ଜାରି ରହିଛି। ଏକ ସମୟରେ ତିନିଟି ସ୍ଥାନରେଏହି ଚଢ଼ାଉ କରାଯାଉଛି। ରାଜଧାନୀରେ କେଶରୀ ଟକିଜ୍ ସ୍ଥିତ ଅଫିସ, ସୂର୍ଯ୍ୟ ନଗର ଏବଂ ବରହମପୁର ସ୍ଥିତ ଘରେ ଇଡି ପକ୍ଷରୁ ଚଢ଼ାଉ କରାଯାଉଛି।

ସୂଚନାଯୋଗ୍ୟ, କେଶରୀ ଇଷ୍ଟେଟର ପୂର୍ବତନ ନିର୍ଦେଶକ ଅକ୍ଷୟ କୁମାର ଚୌଧୁରୀ ୨୦୦୮ରୁ ୨୦୧୯ ମଧ୍ୟ‌ରେ ଡୁପ୍ଲେକ୍ସ ଯୋଗାଇ ଦେବା ନାଁ ରେ ୧୮ଜଣଙ୍କ ଠାରୁ ୫ କୋଟି ୧୬ ଲକ୍ଷ ଟଙ୍କା ଲୁଟିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏହି  ଅଭିଯୋଗ ଆଧାରରେ ନିଜ ଆଡୁ ମାମଲା କରି ୨୦୨୦ ମସିହାରେ ଅକ୍ଷୟଙ୍କୁ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଥିଲା।

ad-week
Leave A Reply

Your email address will not be published.