ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭ଜଣ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ…

add-all

ଭୁବନେଶ୍ୱର: ଦେଶରେ ଚିନ୍ତା ବଢାଉଛି କୋଭିଡ ସଂକ୍ରମିତ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ୧୭ ଜଣ ନୂଆ କୋଭିଡି ଆକ୍ରାନ୍ତ ମାମଲା ଚିହ୍ନଟ ହୋଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ କୋଭିଡ ପଜିଟିଭ୍ ସଂଖ୍ୟା ୭୩ ରେ ପହଞ୍ଚିଛି। ସେଥିମଧ୍ୟରୁ ଜଣେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୫,୬୪୭ ନମୁନା ପରୀକ୍ଷା କରାଯାଇଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର ସୂଚନା ଦେଇଛନ୍ତି।

ଅନ୍ୟପଟେ ଆସନ୍ତା ସୋମବାର ସମସ୍ତ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କ ସହ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ। ଯଦି କୋଭିଡ୍‌ ନେଇ ଗଇଡ୍‌ଲାଇନ୍‌ ଆସେ ତାକୁ ପୁଣି କାର୍ଯ୍ୟକାରୀ କରାଯିବ। ରାଜ୍ୟରେ ବର୍ତ୍ତମାନ ସ୍ଥିତି ଉଦ୍‌ବେଗଜନକ ନାହିଁ। ସର୍ଭେଲାନ୍ସ, ଟ୍ରାକିଂ, ଟେଷ୍ଟିଂ ମଧ୍ୟ ଚାଲିଛି। ସବୁ ଡାକ୍ତରଖାନାରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ad-week
Leave A Reply

Your email address will not be published.