ଶୂନ୍ୟକାଳରେ କେନ୍ଦ୍ର ଅବହେଳା କଥା ଉଠାଇଲା ବିଜେଡି, ଜବାବ ରଖିଲା ବିଜେପି..

add-all

ଭୁବନେଶ୍ବର: ଶୂନ୍ୟକାଳରେ କେନ୍ଦ୍ର  ଅବହେଳା କଥା ଉଠାଇଲେ ବିଜେଡି ବିଧାୟକ ଅରୁଣ ସାହୁ। ଗମନାଗମନ ପ୍ରସଙ୍ଗକୁ ନେଇ  ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ବିଜେଡି ବିଧାୟକ। ଖୋର୍ଦ୍ଧା ବଲାଙ୍ଗୀର ପ୍ରକଳ୍ପ ଉଠାଇ ସେ କହିଥିଲେ, ରେଳ ବଜେଟରେ କେନ୍ଦ୍ର ସରକାର ଯାହା ଅର୍ଥ  ଘୋଷଣା କରନ୍ତି, ତାହା ଦିଅନ୍ତନି। ଏବେ ବି ଓଡ଼ିଶାର ବହୁ ଜିଲ୍ଲାକୁ ରେଳ ସଂଯୋଗ ଯାଇନାହିଁ।

ଜାତୀୟ ରାଜପଥ ପ୍ରସଙ୍ଗ ଉଠାଇ ବିଧାୟକ କହିଥିଲେ, କେନ୍ଦ୍ର କେବଳ ବଡ଼ ବଡ଼ ଘୋଷଣା କରୁଛନ୍ତି, ହେଲେ ଦେଉନାହାନ୍ତି। କେନ୍ଦ୍ର ସରକାର କେତେ ଟଙ୍କା ଦେଇଛନ୍ତି ଓ କେତେ ଖର୍ଚ୍ଚ କରିଛନ୍ତି ହିସାବ ଦିଅନ୍ତୁl ତେଣୁ ବାଚସ୍ପତି ରୁଲିଂ ଦିଅନ୍ତୁ।

ସେପଟେ ଅରୁଣ ସାହୁଙ୍କୁ କଡ଼ା ଜବାବ ଦେଇ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ କହିଥି‌ଲେ, କେନ୍ଦ୍ର ଟଙ୍କା ଦେଉଥିଲେ ବି ରାଜ୍ୟ ସରକାର ଜମି ଯୋଗାଇ ଦେଉନାହାନ୍ତି। ତାଳେଚର-ବିମଳାଗଡ଼ ରେଳ ଲାଇନ ପାଇଁ କ୍ରମାଗତ ଟଙ୍କା ଆସୁଥିଲେ ବି ରାଜ୍ୟ ସରକାର ଜମି ଦେଉ ନଥିବାରୁ କାମ ଆଗେଇ ପାରୁନି। ତେଣୁ ବାଚସ୍ପତି ରୁଲିଂ ଦିଅନ୍ତୁ। ସରକାର କେବେ ସୁଦ୍ଧା ଜମି ଯୋଗାଇ ଦେବେ ତାହାର ଉତ୍ତର ଗୃହରେ ରଖନ୍ତୁ ବୋଲି ଗୃହରେ ଦାବି କରିଥିଲେ ବିଜେପି ବିଧାୟକ।

ad-week
Leave A Reply

Your email address will not be published.