ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

add-all

ଟିଟିଲାଗଡ଼: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଏଭଳି ଘଟଣା ଘଟିଛି ଟିଟିଲାଗଡ଼ ଥାନା ମନିଗାଁ ଡ଼କା ଡଙ୍ଗର ନିକଟସ୍ଥ ଜଙ୍ଗଲରେ। ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୋଲିସ। ଗଛ ନିକଟରେ ଦୁଇଟି ଚପଲ ରହିଥିବା ବେଳେ ଯୁବକ ଙ୍କ ପରିଚୟ ମିଳି ପାରି ନାହିଁ । ହତ୍ୟା ନାଁ ଆତ୍ମହତ୍ୟା କାରଣ ଅସ୍ପଷ୍ଟ ରହିଛି।

ଜଙ୍ଗଳକୁ ମହୁଲ ଆଣିବା ପାଇଁ ଯାଇଥିବା ବେଳେ କିଛି ଲୋକ ଝୁଲନ୍ତା ମୃତଦେହ ଦେଖି ପୋଲିସକୁ ଖବର ଦେଇ ଥିଲେ। ଏହି ଘଟଣାକୁ ଦୃଷ୍ଟିରେ ରଖି ଏହା ଏକ ହତ୍ୟାକାଣ୍ଡ ବୋଲି ଗାଁରେ ଚର୍ଚ୍ଚା ଚାଲିଛି। ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଯାଇ ଥିବା ଲୋକେ ଆଲୋଚନା ମଧ୍ୟ କରୁଛନ୍ତି। ଶବକୁ ଜବତ କରି ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

ad-week
Leave A Reply

Your email address will not be published.