କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ଏନ୍‌କାଉଣ୍ଟର…

add-all

ଭୁବନେଶ୍ବର: ରାଜଧାନୀରେ ଏନ୍‌କାଉଣ୍ଟର। ଦୀର୍ଘ ଦିନର ନୀରବତା ପରେ ପୁଣି ଭୁବନେଶ୍ୱରରେ ଏନକାଉଣ୍ଟର। କୁଖ୍ୟାତ ଅପରାଧୀ ଜିତେନ୍ଦ୍ର ପଲେଇକୁ ବାଙ୍କୁଆଳ ନଦୀ ନିକଟରେ ଏନକାଉଣ୍ଟର କରିଛି କମିଶନରେଟ ପୋଲିସର ସ୍ପେଶାଲ୍‌ ଟିମ୍‌। ତା ବାମ ଗୋଡ଼ରେ ବାଜିଛି ଗୁଳି। ତାକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ପୋଲିସ ଉପରକୁ ପ୍ରଥମେ ଗୁଳିଚାଳନା କରିଥିଲା ଜିତେନ୍ଦ୍ର।

ପ୍ରତିଆକ୍ରମଣରେ ପୋଲିସ ଗୁଳି ଚାଳନା କରିଥିଲା। ଏଥିରେ ତା ଗଡ଼ରେ ଗୁଳି ବାଜିଛି। ଜିତେନ୍ଦ୍ର ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଛି। ବୋମା ମାଡ଼, ହତ୍ୟା, ହତ୍ୟା ଉଦ୍ୟମ, ଡ଼କାୟତି, ସୁପାରୀ କିଲିଙ୍ଗ ଭଳି ମାମଲା ରହିଛି। ଗତ 17 ତାରଖରେ 4 ନମ୍ବର ସ୍ଥିତ ସୁନା ଦୋକାନୀ ଶ୍ରୀ ଜୁଏଲର୍ସରେ ବୋମା ମାଡ଼ କରିଥିଲା ଜିତେନ୍ଦ୍ର। କୁଖ୍ୟାତ ଚୋର ହେମନ୍ତ ଦାସର ମୁଖ୍ୟ ସହଯୋଗୀ ଥିଲା ଜିତେନ୍ଦ୍ର ପଲେଇ।

ad-week
Leave A Reply

Your email address will not be published.