
ମାଲକାନଗିରି : କାଲିମେଳା ୩୨୬ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨ଜଣଂକ ମୃତ୍ୟୁ ହୋଇଛି । ଘଟଣାରୁ ପ୍ରକାଶ ସିଜି୦୪ ଏଲ ଏଲ ୧୩୪୧ ନଂ ହୋଣ୍ଡା ବ୍ରିଓ ଗାଡିଟି କାଲିମେଳା ରୁ ମାଲକାନଗିରି ଅଭିମୁଖେ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ହିରୋ ମୋଟର ସାଇକେଲ ନଂ ଓଡ଼ି ୩୦ ସି୯୫୦୭ ମୋଟର ସାଇକେଲ ସହ ପୋତାଖାଲ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ଦୁହିଁଙ୍କ ମୃତ୍ୟୁ ଘଟିଥିଲା । ମୃତକ ଦୁଇଜଣ ହେଲେ ଏରାଗଣ୍ଡା ଗ୍ରାମର ଲାଛା ମାଢି ଓ ଗଙ୍ଗା କବାସୀ । ଦ୍ରୁଘଟଣା ଘଟାଇ କାର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ଜମା ହୋଇ ଉଦ୍ଧାର କାର୍ଯ୍ୟ ଚାଲୁରଖିଥିବା ସୂଚନ ମିଳିଛି ।