ଓୟ ହୋଟେଲ ରୁମରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

add-all

ଭୁବନେଶ୍ବର: କଣ ହୋଇଯାଇଛି ଯୁବପୀଢୀଙ୍କୁ? କାହିଁକି ଛୋଟ ଛୋଟ କଥାରେ ତୁଚ୍ଛ ମଣିନେଉଛନ୍ତି ନିଜ ଜୀବନକୁ? କାହିଁକି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ପଛାଉ ନାହାନ୍ତି ଯୁବପୀଢୀ? ଏବେ ଏଭଳି ପ୍ରଶ୍ନ ଉଙ୍କି ମାରୁଛି ପ୍ରତିଟି ରାଜଧାନୀବାସୀଙ୍କ ମନରେ।  କାରଣ ଆଜି ପୁଣି ଜଣେ ଯୁବକ ବେକରେ ଗାର୍ଲଫ୍ରେଣ୍ଡର ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ।

ଖଣ୍ଡଗିରି ଜାଗମରା ଅଞ୍ଚଳରେ ଏକ ଓୟ ହୋଟେଲ ରୁମରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମିଳିଥିବା ସୂଚନା ଅନୁସାରେ ସାଙ୍ଗ ମାନଙ୍କ ଶହ ହୋଟେଲକୁ ଆସିଥିଲେ ଜନ୍ମ ଦିନ ପାଳିବା ପାଇଁ। ସକାଳୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଦେଖିବାକୁ ପାଇଥିଲେ ଅନ୍ୟ ସାଙ୍ଗ। ଘଟଣା ସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି ତଦନ୍ତ କରୁଛି।

ଆତ୍ମହତ୍ୟା ର କାରଣ ଏଯାଏଁ ଜଣା ପଡିନି ସାଙ୍ଗ ମାନଙ୍କୁ ପଚରା ଉଚରା କରୁଛି ପୋଲିସ।ମୃତ ଯୁବକଙ୍କ ନାମ ଦୁର୍ଗା ପ୍ରସାଦ ମିଶ୍ର ଓ ତାଙ୍କ ଘର ନିଆଳି ଅଞ୍ଚଳରେ ବୋଲି ଜଣାପଡିଛି। ଗର୍ଲଫ୍ରେଣ୍ଡ ବାର୍ଥରୁମ ଯାଇଥିବା ବେଳେ ଗର୍ଲଫ୍ରେଣ୍ଡର ଓଢ଼ଣୀକୁ ବେକରେ  ଲାଗାଇ ସେଥିରେ ଝୁଲି ପଡିଥିବା ଦେଖିବାକୁ ମିଳିଛି। ଯୁବକଙ୍କ  ମୋବାଇଲ ଜବତ କରି ଯାଞ୍ଚ କରୁଛି ପୋଲିସ। ସେପଟେ ଏହି ଘଟଣାକୁ ନେଇ  ମୃତ ଯୁବକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି।

ad-week
Leave A Reply

Your email address will not be published.