ଗୁରୁଜଙ୍ଗରେ ହେବ କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ର

add-all

ଖୋର୍ଦ୍ଧା : ଖୋର୍ଦ୍ଧା ପୌର ପରିଷଦ ଅଧୀନ ଗୁରୁଜଙ୍ଗଠାରେ ଏକ କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ର ପ୍ରତିଷ୍ଠା ହେବ। ଏନେଇ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପ୍ରାଥମିକ ଚରଣରେ ପ୍ରାୟ ୧୬ଲକ୍ଷ ଟଙ୍କାର ବଜେଟ୍ ଅନୁଦାନ ଦେଇଛି। ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାରେ ବନ୍ଦ ହୋଇଯାଇଥିବା ଗୁରୁଜଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବ। ଏନେଇ ଜିଲ୍ଲା ପ୍ରଶାସନର ଏକ ବୈଠକରେ ସେହି ବିଦ୍ୟାଳୟର ପୁନରୁଦ୍ଧାର ସହ ସେଠାରେ ଏହି କେନ୍ଦ୍ର ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଥିଲା।

ବର୍ତ୍ତମାନ ଏଥିପାଇଁ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଚରଣରେ ବିଦ୍ୟାଳୟ କୋଠାର ପୁନରୁଦ୍ଧାର ଓ ମରାମତି କରିବାକୁ ୧୫ ଲକ୍ଷ ୩୦ ହଜାର ଟଙ୍କା ଅନୁଦାନ ଦିଆଯାଇଛି। ଏହି ଅନୁଦାନରେ ବିଦ୍ୟାଳୟ କୋଠା ମରାମତି ସହ ଶୌଚାଳୟ, ଗୋଦାମ ଘର, ନୂଆ କବାଟ ଝରକା ସଂଯୋଗ ଆଦି ପାଇଁ ୯ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ କରାଯିବ। ବଳକା ୫ଲକ୍ଷ ୫୦ ହଜାର ଟଙ୍କା ବିଦ୍ୟୁତ୍ ସଂଯୋଗ, ବିଦ୍ୟୁତ୍ ଉପକରଣ ପାଇଁ ଖର୍ଚ୍ଚ କରାଯିବ। ଏହି କାର୍ଯ୍ୟ ଖୋର୍ଦ୍ଧା ବ୍ଲକ୍‌ ପକ୍ଷରୁ କରାଯିବ।

ad-week
Leave A Reply

Your email address will not be published.