ରାଜନୀତିରେ ପାଦଥାପିଲେ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ; ବିଜେପି ଆଇନ ସେଲର ସହ-ସଂଯୋଜିକା ଭାବେ ଦାୟିତ୍ବ ଗ୍ରହଣ କଲେ

add-all

ନୂଆଦିଲ୍ଲୀ: ସକ୍ରିୟ ରାଜନୀତିରେ ପ୍ରବେଶ କଲେ ପୂର୍ବତନ ବୈଦେଶିକ ମନ୍ତ୍ରୀ ଦିବଂଗତ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜ। ଦିଲ୍ଲୀ ବିଜେପି ଆଇନ ସେଲର ସହ-ସଂଯୋଜିକା ଭାବେ ତାଙ୍କୁ ନିଯୁକ୍ତି ଦିଆଯାଇଛି। ବାଂସୁରୀ ସ୍ୱରାଜ ସୁପ୍ରିମକୋର୍ଟରେ ଓକିଲାତି କରୁଥିଲେ ବୋଲି ଜଣାପଡ଼ିଛି।
ଦଳର ପୂର୍ଣ୍ଣକାଳୀନ ରାଜ୍ୟ ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିବା ପରେ ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚ୍ଚଦେବା ରାଜ୍ୟ ୟୁନିଟରେ ତାଙ୍କର ପ୍ରଥମ ନିଯୁକ୍ତି ଭାବେ ବାଂସୁରୀ ସ୍ୱରାଜଙ୍କୁ ଆଇନ ସେଲର ସହ-ସଂଯୋଜିକା ଭାବରେ ନିଯୁକ୍ତ କରିଛନ୍ତି। ଶୁକ୍ରବାର ଦିନ ଏକ ଚିଠିରେ ସଚ୍ଚଦେବା କହିଛନ୍ତି ଯେ ସ୍ୱରାଜଙ୍କ ନିଯୁକ୍ତି ତୁରନ୍ତ କାର୍ଯ୍ୟକାରୀ ହେବ ଏବଂ ସେ ବିଜେପିକୁ ମଜବୁତ କରିବାରେ ସାହାଯ୍ୟ କରିବେ।
ବାଂସୁରୀ ସ୍ବରାଜ କହିଛନ୍ତି ଯେ, ମୁଁ ଜଣେ ଯୋଗ୍ୟ ଓକିଲ ଏବଂ ଏହା ପୂର୍ବରୁ ଆଇନଗତ ମାମଲାରେ ମୁଁ ଦଳକୁ ସାହାଯ୍ୟ କରୁଥିଲି। ହେଲେ ଏବେ ମୋତେ ଅଧିକାରୀକ ଭା‌ବେ ଦିଲ୍ଲୀ ବିଜେପି ଆଇନ ସେଲର ସହ-ସଂଯୋଜିକା ଭାବରେ କ୍ଷମତାରେ ରହି ଦଳକୁ ଅଧିକ ସକ୍ରିୟ ଭାବରେ ସାହାଯ୍ୟ କରିବାର ସୁଯୋଗ ମିଳିଛି।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୬, ୨୦୧୯ରେ ଛାତିରେ ଯନ୍ତ୍ରଣା ହେବାରୁ ସୁଷମା ସ୍ବରାଜଙ୍କ ଦେହାନ୍ତ ହୋଇଥିଲା। ଭଗବାନ ଶ୍ରୀକୃଷ୍ଣଙ୍କ ବଡ଼ ଭକ୍ତ ଥିଲେ ସୁଷମା ସ୍ୱରାଜ। ଝିଅ ବାଂସୁରୀ ଜନ୍ମ ହେବା ପରେ ତାଙ୍କ ଜୀବନରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ । ଯେଉଁଭଳି ଭାବରେ ଭଗବାନ ଶ୍ରୀକୃଷ୍ଣଙ୍କୁ ତାଙ୍କ ବାଂସୁରୀ ସବୁଠାରୁ ପ୍ରିୟ ଥିଲା, ସେଭଳି ଭାବେ ସୁଷମା ସ୍ୱରାଜଙ୍କ ଅତି ପ୍ରିୟ ଥିଲେ ତାଙ୍କ ଝିଅ । ଏଥିପାଇଁ ସେ ନିଜ ଝିଅର ନାଁ ବାଂସୁରୀ ରଖିବାକୁ ଚିନ୍ତା କରିଥିଲେ ।

ad-week
Leave A Reply

Your email address will not be published.