ଲଳିତ ମୋଦୀ ଓ ନିରବ ମୋଦୀ କ’ଣ ପଛୁଆ ବର୍ଗରେ ଆସୁଛନ୍ତି… ?

add-all

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାଂସଦ ପଦ ରଦ୍ଦକୁ ନିନ୍ଦା କରିଛନ୍ତି କଂଗ୍ରେସ ନେତା ଶଶୀ ଥରୁର । ଗଣମାଧ୍ୟମକୁ ସେ କହିଛନ୍ତି ଯେ ରାହୁଲ ଗାନ୍ଧି ଆଦୌ କହିନଥିଲେ ଯେ “ମୋଦୀ ଉପନାମ ଥିବା ପ୍ରତ୍ୟେକ ବ୍ୟକ୍ତି ଚୋର”। ନିରବ ମୋଦି ଓ ଲଳିତ ମୋଦି ପଛୁଆ ବର୍ଗ ବା ଓବିସି ନୁହନ୍ତି ।
ଥରୁର କହିଛନ୍ତି ଯେ, ନିରବ ମୋଦି ଓ ଲଳିତ ମୋଦି ପଛୁଆ ବର୍ଗର ବୋଲି କେହି କଳ୍ପନା କରିପାରିବେ ନାହିଁ। ସେମାନେ ଜାତି ଭିତ୍ତିରେ ପଛୁଆ ବର୍ଗର ନୁହଁନ୍ତି କି ଧନ ଓ ଜୀବନଶୈଳୀ ଦୃଷ୍ଟିରୁ ପଛୁଆ ନୁହଁନ୍ତି । ସେମାନେ (ନିରବ ମୋଦି ଓ ଲଳିତ ମୋଦି) ବିଦେଶରେ ଚମତ୍କାର ଜୀବନ ବିତାଉଛନ୍ତି। ମୁଁ ଭାବୁଛି ସେମାନେ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ)ର ବୋଲି କହିବା ଅଯଥା। ସେମାନେ ପଳାତକ ଏବଂ ବିଦେଶରେ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି। ରାହୁଲ ଗାନ୍ଧି ପଛୁଆ ବର୍ଗ ବା ଓବିସି ବର୍ଗର ଲୋକମାନଙ୍କ ଅପମାନ କରିଛନ୍ତି ବୋଲି ବିଜେପି କରିଥିବା ଅଭିଯୋଗର ଜବାବରେ ଶଶୀ ଏହା କହିଛନ୍ତି ।

ସୂଚନାଯୋଗ୍ୟ ଯେ ୨୦୧୯ରେ ରାହୁଲ ଗାନ୍ଧି କହିଥିଲେ ଯେ ସବୁ ମୋଦୀ ଚୋର କାହିଁକି ? ଏହି ବୟାନ ବିରୋଧରେ ଆଗତ ଏକ ମାନହାନୀ ମକଦ୍ଦମାରେ ଦୋଷୀ ସାବ୍ୟସ୍ତ ହୋଇ ତାଙ୍କୁ ୨ ବର୍ଷ ଜେଲଦଣ୍ଡ ଦିଆଯାଇଥିଲା । ଏଥିପାଇଁ ତାଙ୍କର ସଂସଦର ସଦସ୍ୟପଦ ଚାଲିଯାଇଥିଲା ।

ad-week
Leave A Reply

Your email address will not be published.