
ମାଲକାନଗିରି : ଖାଇରପୁଟ ବଣ୍ଡାଘାଟି ରେ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଯିବାକୁ ସମସ୍ୟା ହେଉଥିଲା । ବର୍ଷ ବର୍ଷ ଧରି କୌଣସି ବରିଷ୍ଠ ଅଧିକାରୀ ଗାଁକୁ ଯାଇ ତଦାରଖ କରିପାରୁ ନଥିଲେ । ଆଜି ସାହାସ ଦେଖାଇଛନ୍ତି ଖଇରପୁଟ ବିଡ଼ିଓ,ଖଇରପୁଟ ବିଡ଼ିଓ ହୃଦରଞ୍ଜନ ସାହୁ ବଣ୍ଡାଘାଟିର ଏକ ଅପହଞ୍ଚ ଅଞ୍ଚଳ ଭୋଜଗୁଡା ଯିବାକୁ ହେଉଥିଲା ସମସ୍ୟା ।କାରଣ ଅଶାନ୍ତ ପାଣି ଲୋକଙ୍କ ସହ ସରକାରୀ ବାବୁଙ୍କୁ ମଧ୍ୟ ସମସ୍ୟା ରେ ପକାଉଥିଲା । କାରଣ ନଈ ପାର ହେଲେ ହିଁ ଗାଁ ରେ ପହଞ୍ଚିବାକୁ ହୁଏ। ତେଣୁ ସାହାସ କରି ଦେଶୀ ଡଙ୍ଗା ରେ ବସି ନିଜ ସହ କର୍ମୀଙ୍କ ସହ ଅଥଳ ଜଳ ରାଶି ପାର ହୋଇ ଗାଁ ରେ ପହଞ୍ଚିଥିଲେ ଖଇରପୁଟ ବିଡ଼ିଓ ହୃଦୟ ରଞ୍ଜନ ସାହୁ ଓ ସହକାରୀ ନିର୍ବାହୀ ଯନ୍ତ୍ରି ଦୁଷ୍ମନ୍ତ କୁମାର ବେହେରା ଓ ଆଉ କିଛି ସରକାରୀ ଅଧିକାରୀ। ଗାଁ ରେ ପହଁଚି ଅମୃତ ସରୋବର ରେ ଖୋଳା ଯାଇଥିବା ପୋଖରୀ ଏବଂ କିଛି ଲୋକଙ୍କୁ ସରକାରୀ ତରଫରରୁ ଦିଆଯାଇଥିବା ଡଙ୍ଗା ର ଵ୍ୟଵହାର ଏବଂ ବଣ୍ଡା ଉନ୍ନୟନ ସଂସ୍ଥା ର କିଛି ଉନ୍ନୟନ ମୂଳକ କାର୍ଯ୍ୟ ର ମଧ୍ୟ ତଦାରଖ କରିଥିଲେ।ଘର ଘରକୁ ଯାଇ କିଛି ଲୋକଙ୍କ ସମସ୍ୟା ମଧ୍ୟ ବୁଝିଥିଲେ ବିଡ଼ିଓ ।ଯାହା ପାଇଁ ବେଶ ପ୍ରଶଂସିତ ହେଉଛନ୍ତି ବିଡ଼ିଓ ହୃଦ ରଞ୍ଜନ ସାହୁ ।