ଘର ଖାଲି କରିବାକୁ ରାହୁଲ ଗାନ୍ଧିଙ୍କୁ ନୋଟିସ୍‌…

add-all

ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କ ଉପରେ ଗୋଟିଏ ପରେ ଗୋଟିଏ କୋପ ଦଶା ମାଡ଼ି ଆସୁଛି। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଏକ ଝଟ୍‌କା। ଘର ଖାଲି କରିବାକୁ କଂଗ୍ରେସ ନେତାଙ୍କୁ ନୋଟିସ୍‌। ଏମପି ପଦ ଯିବା ପରେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନିଜର ସରକାରୀ ବଙ୍ଗଳା ଛାଡ଼ିବାକୁ ପଡ଼ିବ। ସୋମବାର ଏଥିପାଇଁ ଲୋକ ସଭାର ଗୃହ କମିଟି ଏକ ବିଜ୍ଞପ୍ତି ଜାରି କରିଛି। ବର୍ତ୍ତମାନ ରାହୁଲ ଦିଲ୍ଲୀର ୧୨ତୁଗଲକ ଲେନ୍‌ ସ୍ଥିତ ସରକାରୀ ବଙ୍ଗଳାରେ ରହୁଛନ୍ତି। ୨୦୦୪ରୁ ସରକାରଙ୍କ ପକ୍ଷରୁ ତାଙ୍କୁ ଏହି ଘର ଆବଣ୍ଟନ କରାଯାଇଥିଲା।
ତେବେ ଏପ୍ରିଲ ୨୨ସୁଦ୍ଧା ରାହୁଲଙ୍କୁ ଏହି ସରକାରୀ ବାସଭବନ ଛାଡିବାକୁ ପଡ଼ିବ। ଉକ୍ତ ନୋଟିସ୍‌ ଅନୁଯାୟୀ, ଅଯୋଗ୍ୟ ହେବାର ଏକ ମାସ ମଧ୍ୟରେ ରାହୁଲଙ୍କୁ ତାଙ୍କ ସରକାରୀ ବାସଭବନ ଖାଲି କରିବାକୁ ପଡ଼ିବ ବୋଲି ଉଲ୍ଲେଖ କରାଯାଇଛି।
ସୂଚନାଯୋଗ୍ୟ, ଗୁରୁବାର ସୁରଟ କୋର୍ଟ ଏକ ମାନହାନୀ ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇବା ପରେ ଶୁକ୍ରବାର ଲୋକ ସଭା ସଚିବାଳୟ କଂଗ୍ରେସ ନେତା ରାହୁଲଙ୍କୁ ଲୋକ ସଭାରୁ ଅଯୋଗ୍ୟ ଘୋଷିତ କରିବା ସହ ତାଙ୍କ ସଦସ୍ୟତା ପଦ ରଦ୍ଦ କରିଥିଲେ। କେରଳର ୱାୟାନାଡରୁ ରାହୁଲ ଏମ୍‌ପି ଥିଲେ।

ad-week
Leave A Reply

Your email address will not be published.