ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କଲେ ସାବରକରଙ୍କ ନାତି…

add-all

ନୂଆଦିଲ୍ଲୀ : ବଢିବାରେ ଲାଗିଛି ରାହୁଲ ଗାନ୍ଧୀଙ୍କ ପାଇଁ ଅଡୁଆ। ମୋଦି ସାଙ୍ଗିଆକୁ ନେଇ ଅପମାନଜନକ ମନ୍ତବ୍ୟ ମାମଲାରେ ପ୍ରଥମେ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ପରେ ସାଂସଦ ପଦ ରଦ୍ଦ ଆଉ ଏବେ ନୂଆ ବିବାଦ। ନିଜେ ରାହୁଲ କହିଥିବା ମନ୍ତବ୍ୟ ପାଇଁ ସେ ହରଡଘଣାରେ ପଡିଛନ୍ତି। ତାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ବିନାୟକ ଦାମୋଦର ସାବରକରଙ୍କ ନାତି ରଞ୍ଜିତ ସାବରକର। ରଞ୍ଜିତ କହିଛନ୍ତି, ରାହୁଲ ସାବ୍ୟସ୍ତ କରନ୍ତୁ ଯେ, ସେ ଦେଇଥିବା ମନ୍ତବ୍ୟ ଯଥାର୍ଥ ଥିଲା।
ବିଭିନ୍ନ ପ୍ରସଙ୍ଗରେ ରାହୁଲଙ୍କ କ୍ଷମାପ୍ରାର୍ଥନା ଦାବି କରାଯାଉଥିବା ବେଳେ ଏନେଇ ରାହୁଲଙ୍କ ପ୍ରତିକ୍ରିୟା ଲୋଡିଥିଲା ଗଣମାଧ୍ୟମ। ରାହୁଲ କହିଥିଲେ, ତାଙ୍କ ନାଁ ସାବରକର ନୁହେଁ, ତାଙ୍କ ନାଁ ଗାନ୍ଧୀ ଏବଂ ଗାନ୍ଧୀ କେବେ କାହାକୁ କ୍ଷମା ମାଗନ୍ତି ନାହିଁ। ରାହୁଲଙ୍କ ଏଭଳି ମନ୍ତବ୍ୟ ଏବେ ନୂଆ ଝଡ ସୃଷ୍ଟି କରିଛି।
ସାବରକରଙ୍କୁ ନେଇ ରାହୁଲଙ୍କ ଟିପ୍ପଣୀକୁ ରଞ୍ଜିତ ସାବରକର ନିନ୍ଦା କରିବା ସହ କହିଛନ୍ତି, ରାହୁଲ କହୁଛନ୍ତି ଯେ ସେ, ସାବରକର ନୁହଁନ୍ତି ଯେ, କାହାକୁ କ୍ଷମା ମାଗିବେ। ମୁଁ ତାଙ୍କୁ ଚ୍ୟାଲେଞ୍ଜ କରୁଛି, ସାବରକର କ୍ଷମା ପ୍ରାର୍ଥନା କରିଥିବା ତଥ୍ୟ ଏବଂ ସାକ୍ଷ୍ୟ ପ୍ରମାଣିତ କରନ୍ତୁ ରାହୁଲ। ଦେଶଭକ୍ତଙ୍କ ନାଁ ରାଜନୀତି ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ଅନୁଚିତ ବୋଲି ରଞ୍ଜିତ ସାବରକର କହିଛନ୍ତି। କେବଳ ସେତିକି ନୁହେଁ, ରାହୁଲ ଗାନ୍ଧୀଙ୍କ ଏଭଳି ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ।

ad-week
Leave A Reply

Your email address will not be published.