ଖୁସି ଖବର: କର୍ମଚାରୀଙ୍କୁ ଏ ବର୍ଷ ମିଳିବ PFର ବର୍ଦ୍ଧିତ ସୁଧ…!

add-all

ନୂଆଦିଲ୍ଲୀ : ଇପିଏଫ୍ ଖାତାଧାରୀଙ୍କ ପାଇଁ ଖୁସି ଖବର। କର୍ମଚାରୀଙ୍କୁ ଏବର୍ଷ ମିଳିପାରେ ପିଏଫର ବର୍ଦ୍ଧିତ ସୁଧ। ମିଳିଥିବା ସୂଚନା ଅନୁସାରେ, କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା ଇପିଏଫଓ ୨୦୨୨-୨୩ ପାଇଁ ଇପିଏଫ୍ ସୁଧରେ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ୮.୫ ପ୍ରତିଶତରୁ ୮.୧୫ ପ୍ରତିଶତ କରାଯାଇଛି ଇପିଏଫ୍ ଇଂଟରେଷ୍ଟ ରେଟ୍।
ଅନୁମୋଦନ ପାଇଁ ଏହି ପ୍ରସ୍ତାବକୁ ଶ୍ରମ ମନ୍ତ୍ରାଳୟ, ଅର୍ଥ ମନ୍ତ୍ରାଳୟକୁ ପଠାଇଦେଇଛି। ଏହା ଉପରେ ମୋହର ବାଜିଲେ, କର୍ମଚାରୀଙ୍କୁ ଚଳିତବର୍ଷରୁ ବର୍ଦ୍ଧିତ ହାରରେ ଇପିଏଏଫ୍ ସୁଧ ମିଳିବ। କର୍ମଚାରୀଙ୍କ ଇପିଏଫ୍ ସୁଧ ବୃଦ୍ଧି ପ୍ରସଙ୍ଗରେ ନିଷ୍ପତି ପାଇଁ ଗତକାଲିଠାରୁ ବୈଠକ ବସିଥିଲା। ଆଜି ବୈଠକ ଶେଷ ହୋଇଥିବା ବେଳେ କର୍ମଚାରୀଙ୍କ ପାଇଁ ବଡ ନିଷ୍ପତ୍ତି ହୋଇଛି।
୨୦୨୦-୨୧ରେ ଇପିଏଫ ଇଂଟରେଷ୍ଟ ରେଟ୍ ୮.୫ ପ୍ରତିଶତ ଥିଲା। ତେବେ ୨୦୨୧-୨୨ରେ ଇପିଏଫଓ ପକ୍ଷରୁ ଏହାକୁ ୮.୧ ପ୍ରତିଶତକୁ ହ୍ରାସ କରାଯାଇଥିଲା। ଯାହା, ୧୯୭୭-୭୮ ପରେ ସର୍ବନିମ୍ନ ସୁଧ ହାର ଥିଲା।

ad-week
Leave A Reply

Your email address will not be published.