ଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା…

add-all

ନୂଆଦିଲ୍ଲୀ : ପୁଣି ଥରେ ବୃଦ୍ଧି ପାଇଛି ପାନ (ପର୍ମାନେଣ୍ଟ ଆକାଉଣ୍ଟ ନମ୍ବର) ସହ ଆଧାର ଲିଙ୍କ୍ କରିବାର ସମୟସୀମା । ଏହି ସମୟସୀମାକୁ ଆସନ୍ତା ୨୦୨୩ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ଏ ନେଇ ଏକ ବିଜ୍ଞପ୍ତି ଜାରି କରି ଘୋଷଣା କରିଛି ।
କେନ୍ଦ୍ର ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କୁହାଯାଇଛି ଯେ, ଟିକସଦାତାଙ୍କୁ କିଛିଟା ଆଶ୍ୱସ୍ତି ଦେଇ ପାନ୍ ସହ ଆଧାର ଲିଙ୍କ୍ କରିବାର ଶେଷ ତାରିଖକୁ ଜୁନ୍ ୩୦, ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ପୂର୍ବରୁ ପାନ୍ କାର୍ଡ ଓ ଆଧାର କାର୍ଡ ଲିଙ୍କ୍ କରିବାର ଶେଷ ତାରିଖ ମାର୍ଚ୍ଚ ୩୧, ୨୦୨୩ ଥିଲା। କିନ୍ତୁ ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କ ପାନ୍ କାର୍ଡକୁ ଆଧାର ସହ ଲିଙ୍କ୍ କରିନାହାଁନ୍ତି, ତେବେ ଏବେ ଆପଣଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ। କାରଣ ଏବେ ଆପଣଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ କାମର ସମାଧାନ ପାଇଁ ଆଉ ୩ ମାସ ସମୟ ଦିଆଯାଉଛି । ଏହି ସମୟ ସୀମା ମଧ୍ୟରେ ଯଦି ଆପଣ ନିଜର ପାନ୍ କାର୍ଡକୁ ଆଧାର ସହ ଲିଙ୍କ ନ କରନ୍ତି ତେବେ ଆପଣଙ୍କ ପାନ୍ କାର୍ଡ ନିଷ୍କ୍ରିୟ ହୋଇଯିବ । ଗତ କିଛି ବର୍ଷ ହେଲା ସରକାର ଏହି ସମୟସୀମାକୁ ବଢାଇ ଚାଲିଛନ୍ତି ।

ad-week
Leave A Reply

Your email address will not be published.