ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର…

add-all

ବରଗଡ଼: ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ବରଗଡ଼ ଜିଲ୍ଲା ଭେଡେନ ଥାନା ରୁଷୁଡା ଫାଣ୍ଡି ବଇପୁର ବିଦ୍ୟୁତ ଗ୍ରୀଡ଼ ଏବଂ ଝାଇଜୋର ନିକଟରେ ଏକ ଶବ ଜଳୁଥିବାର ସମୟରେ ପୋଲିସ ଓ ସାଇଣ୍ଟିପିକ ଟିମ ସହାୟତାରେ ଉଦ୍ଧାର କରାଯାଇଥିଲା । ମାଜିଷ୍ଟ୍ରେଟ ଭେଡେନ ତହସିଲଦାର ନେପାଳ ଚନ୍ଦ୍ର ମୁଣ୍ଡା ପହଂଚିଲା ପରେ ଶବ ବ୍ୟବଚ୍ଛେଦ ପାଇଁ ବରଗଡ ପଠାଇଛି।

ସୂଚନା ଅନୁସାରେ ସ୍ଥାନୀୟ କିଛି ଲୋକ ନଦୀକୁ ଶୌଚ ପାଇଁ ଯାଉଥିବା ସମୟରେ କିଛି ଲୋକ କାରରେ ଆସି ଜଣେ ଯୁବକଙ୍କ ଶବକୁ ପେଟ୍ରୋଲ ଢ଼ାଳି ପୋଡୁଥିଲେ । ଶୌଚ ପାଇଁ ଯାଉଥିବା ଲୋକମାନଙ୍କୁ ଦେଖି ଘଟଣା ସ୍ଥଳରୁ ଆସାମୀ ଫେରାର ହୋଇଯାଇଥିଲେ। ଲୋକଙ୍କ ସୂଚନା ଅନୁସାରେ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ଅର୍ଦ୍ଧଦଗ୍ଧ ଶବକୁ ଜବତ କରିବା ସହ ସେଠାରୁ ଏକ କଟୁରୀ ପଡ଼ିଥିବାରୁ ହତ୍ୟାକରି ଏଠାକୁ ଆଣି ପୋଡ଼ିଦେଇଥିବା ଚର୍ଚ୍ଚା ହେଉଛି। ପୋଲିସ କଟୁରୀକୁ ଜବତ କରି ତଦନ୍ତ ଚଳାଇଛି।

ad-week
Leave A Reply

Your email address will not be published.