ନାବାଳିକାକୁ ଦୁଷ୍କର୍ମ ଉଦ୍ୟମରେ ୩ଵର୍ଷ ସଶ୍ରମ କାରାଦଣ୍ଡ ସହ ୩୦,୦୦୦ଟଙ୍କା ଜୋରିମାନା

add-all

ଫୁଲବାଣୀ : ଫୁଲବାଣୀ ଫାଷ୍ଟଟ୍ରାକ ପୋସ୍କୋ କୋର୍ଟ ର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଜଣେ 17 ବର୍ଷିଆ ଶାରିରୀକ ଅକ୍ଷମ ନାବାଳିକାର ଦୁଷ୍କର୍ମ ଉଦ୍ୟମ ମାମଲା ର ୧୨ଜଣ ସାକ୍ଷୀ ବୟାନ ଆଧାର ରେ ଵିଚାର କରି ବଶିଷ୍ଠ ଦିଗାଲ ୩୫ ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ଵର୍ଷ ସଶ୍ରମ କାରାଦଣ୍ଡ ସହ ୩୦,୦୦୦ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ଅଧିକ ୩ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟ ରେ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତରଫ ରୁ ପୋସ୍କୋ କୋର୍ଟ ର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।
ସୂଚନା ଅନୁସାରେ ପୀଡ଼ିତା ର ପିତା ମାତା ଫୁଲବାଣୀ ଡାକ୍ତରଖାନା ଯାଇଥିବା ବେଳେ ପିଡିତାକୁ ଏକୁଟିଆ ଥିବାର ସୁଯୋଗରେ ତା ୫.୧. ୨୦୧୯ରିଖ ଦିନ ଅପରାହ୍ନ ୪ଟାବେଳେ ଅଭିଯୁକ୍ତ ନିଜ ଘର ବାରଣ୍ଡା କୁ ଟାଣି ନେଇ ତଳେ ପକାଇ ଦୁଷ୍କର୍ମ ଉଦ୍ୟମ କରିବାକୁ ଚେଷ୍ଟା କଲାବେଳେ ପିଡିତା ଚିତ୍କାର କରି ଵାରୁ ତା’ର ସାଙ୍ଗ ଝିଅ ଆସିବାରୁ ଅଭିଯୁକ୍ତ ଦଉଡ଼ି ପଳାଇଥିଲା । ଏ ସ°କ୍ରାନ୍ତ ରେ ପିଡିତା ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାଧିକାରୀ ଥାନା କେଶ୍ ନ° ୫/୧୯ ତା ୮.୧.୧୯ ରିଖ ରେଜିଷ୍ଟ୍ରି କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ। ଆଜି ତା ୨୯.୩.୨୦୨୪ରିଖ ଦିନ ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି ।

ad-week
Leave A Reply

Your email address will not be published.