
ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକଠାରେ ସହୀଦ ଲକ୍ଷ୍ମଣ ନାଏକଙ୍କ ବଳିଦାନ ଦିବସ ସହ ଜୟ ତେନ୍ତୁଳିଖୁଣ୍ଟି ମାନବ ସେବା ଗୃପର ୩ୟ ଜନ୍ମ ଜୟନ୍ତୀ ପାଳନ କରା ଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ପ୍ରକାରେ ପ୍ରଥମେ ସହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ମଞ୍ଚାସିନ ଅତିଥିମାନେ ସ୍ୱରାଜ ସଂଗ୍ରାମରେ ସହୀଦ ଲକ୍ଷ୍ମଣ ନାଏକଙ୍କ ଅବଦାନ ତଥା ଗୁଣଗାନ କରିଥିଲେ । ସହୀଦ ଶ୍ରୀ ନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କର ଦେଶ ମାତୃକା ପ୍ରତି ଥିବା ମନୋଭାବ ର କିଛିକାଂଶରେ ଯଦି ନିଜ ଜୀବନରେ କାର୍ଯ୍ୟ କାରୀ କରି ପାରିବା ତ ନିଶ୍ଚିତ ଭାବରେ ଆମ ରାଜ୍ୟ, ଜିଲ୍ଲା,ଦେଶ ସୁଜଳା ସୁଫଳା ଶସ୍ୟଶ୍ୟାମଳାପୂର୍ଣ୍ଣ ହେବା ସହ ଉନ୍ନତି ପଥରେ ଆଗେଇ ଯାଇ ପାରିବ।
ଏହି କାର୍ଯ୍ୟକ୍ରମ ରେ ମଞ୍ଚାସିନ ଥିଲେ ଶ୍ରୀ ସଦାଶିବ ପ୍ରଧାନୀ ବିଧାୟକ, ଶ୍ରୀ ନାରାୟଣ ପାତ୍ର ପୂର୍ବତନ ଅଧ୍ୟକ୍ଷ, ଶ୍ରୀ ଜଗଦିଶ ବିଷୋୟୀ ଜିଲା ବିଜେପି ସଭାପତି, ଶ୍ରୀ ଦୂର୍ଯ୍ୟୋଧନ ଭୋଇ ବିଡ଼ିଓ, ପ୍ରଦୀପ କୁମାର କର ତହସିଲଦାର, ଶ୍ରୀ ଆଲୋକ କୁମାର ଅନୁଗୁଳିଆ ଡେପୁଟି କଲେକ୍ଟର ଓ ସରପଞ୍ଚ ସମିତି ସଭ୍ୟ/ସଭ୍ୟା, ସୁମିତ ପୁଜାରୀ, ପ୍ରଦୀପ ଦାସ,ଆନେସ ବାଘ, ଉପସ୍ଥିତ ଥିଲେ |
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସେବା କାର୍ଯ୍ୟ ପାଇଁ ଅବିଭକ୍ତ କୋରାପୁଟ ସମାଚାର,ଆମେ ନବରଙ୍ଗପୁରିଆ,ଆଇକୋନିକ କୋରାପୁଟିଆ ନୋନା ନୋନୀ ସାମାଜିକ ଗଣମାଧ୍ୟମ ଦଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ତଥା ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ଅଖିଳ ଭତରା।