ନୂଆପଡା ଜିଲ୍ଲାରେ ପୁଣି ବାଘ ଆତଙ୍କ, ବଳଦକୁ ମାରି ଖାଇଲା…

add-all

ନୂଆପଡା : ନୂଆପଡା ଜିଲ୍ଲା ସୁନାବେଡା ଅଭୟରଣ୍ୟର ଜଳମଡ଼େଇ ଗାଁରେ ପୁଣି ବାଘର ଆତଙ୍କ । ଆଜି ସକାଳେ ଜଳମଡ଼େଇ ଗାଁର ରାମଶିଳା ପଟିଆଙ୍କ ଗୋଟିଏ ବଳଦ ନିକଟସ୍ଥ ଜଙ୍ଗଲକୁ ମହୁଳ ଖାଇବାକୁ ଯାଇଥିବା ବେଳେ ବାଘ ଆକ୍ରମଣ କରିଛି।

ପୂର୍ବରୁ ଗତ ୧୯ ତାରିଖରେ ଗାଁର ଜଣେ ବୃଦ୍ଧାଙ୍କୁ ଘର ପଛପଟୁ ଟାଣି ନେଇ ମାରିଖାଇ ଦେଇଥିଲା। ବାଘ ଭୟରେ ଗ୍ରାମବାସୀ ଆତଙ୍କିତ ହୋଇ ରହିଛନ୍ତି । ଅପରପକ୍ଷେ, ସୁନାବେଡା ବନ୍ୟଜନ୍ତୁ ବିଭାଗ କର୍ମଚାରୀ ଜଳମଡ଼େଇ ଗାଁରେ ପହଞ୍ଚି ଗାଁ ସ୍ୱଂଲଗ୍ନଥିବା ମହୁଲ ଜଙ୍ଗଲର ବିଭିନ୍ନ ସ୍ଥାନରେ ୧୫ ଟି ଟ୍ରାପ କ୍ୟାମେରା ଲଗେଇ ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ଏଥିସହ ବନ୍ୟଜନ୍ତୁ ବିଭାଗ କର୍ମଚାରୀ ଗାଁ ଲୋକଙ୍କୁ ସୁରକ୍ଷା ଯୋଗେଇ ଦେବା ସହ ସଚେତନ କରାଯାଉଛି ବୋଲି ସୁନାବେଡା ବନ୍ୟଜନ୍ତୁ ବିଭାଗ ରେଞ୍ଜର ଶିବ ପ୍ରସାଦ ଖମାରୀ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.