ରାଜ୍ୟରେ ୧୮ରୁ ୨୦ ଲକ୍ଷ ମେଟ୍ରିକ ଟନ ଚାଉଳ ବଳି ପଡ଼ିବ: ଖାଦ୍ୟ ଯୋଗାଣ ମନ୍ତ୍ରୀ

add-all

ଭୁବନେଶ୍ବର: ରାଜ୍ୟରେ ଖରିଫ ଓ ରବି ଋତୁ ରେ ୫୪ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହୋଇଥାଏ। ସେଥିରୁ ୨୪ ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟରେ ପଡିଏସ୍ ଜରିଆରେ ବ୍ୟବହୃତ ହୋଇଥାଏ। ଆଉ ୩୦ ଲକ୍ଷ ମେଟ୍ରିକ ଟନ ରହିଯାଏ। ଚଳିତ ବର୍ଷ ଏଫସିଆଇ ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ମେଟ୍ରିକ ଟନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୬ ଲକ୍ଷ ମେଟ୍ରିକ ଟନ ଚାଉଳ ନେବ ବୋଲି ଚିଠି କରିଛି। ଆହୁରି ୧୮ରୁ ୨୦ ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟରେ ବଳି ପଡ଼ିବ, ତାକୁ କିଏ ନେବ?

ସେହି ଆହୁରି କହିଛନ୍ତି, ଗତବର୍ଷ କୋଭିଡ ସମୟରେ ଯେଉଁ ଅତିରିକ୍ତ ୫ କେଜି ଚାଉଳ ଦିଆ ଯାଉଥିଲା ତେଣୁ ସବୁ ବଳକା ଚାଉଳ ବ୍ୟବହାର ହେଇ ଯାଇଥିଲା। ବର୍ତ୍ତମାନ ସେହି ୫ କେଜି ଚାଉଳ କାଟି ଦେବା ଫଳରେ ପରୋକ୍ଷ ଭାବେ ଧାନ କିଣାରେ ଏହାର ପ୍ରଭାବ ପଡ଼ିବ। ସେଥିପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ବିଧାନସଭାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଏହି କଥା କହୁଥିବା ବେଳେ ଉଭୟ ବିଜେପି ଓ ବିଜେଡି ସଦସ୍ୟମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ।

ad-week
Leave A Reply

Your email address will not be published.