ଝାରସୁଗୁଡା ଉପନିର୍ବାଚନ: ମେ’ ୧୦ରେ ଭୋଟ୍‌ ଗ୍ରହଣ, ଜିଲ୍ଲାରେ ଆଜିଠାରୁ ଲାଗୁ ହେଲା ଆଦର୍ଶ ଆଚରଣ ବିଧି…

add-all

ଝାରସୁଗୁଡା: ଝାରସୁଗୁଡ଼ାରେ ଉପନିର୍ବାଚନ ନେଇ ବୁଧବାର ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ମେ’ ୧୦ ତାରିଖରେ ଏଠାରେ ଭୋଟ୍‌ ଗ୍ରହଣ କରାଯାଇ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ପାଇଁ ଆଜିଠାରୁ ଝାରସୁଗୁଡା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ଯେ, ନିର୍ବାଚନ କମିସନଙ୍କ ପକ୍ଷରୁ ଆଜି ଝାରସୁଗୁଡା ଉପନିର୍ବାଚନ ନେଇ  ବିଜ୍ଞପ୍ତି ଜାରି ହୋଇଛି। ଆସନ୍ତା ଏପ୍ରିଲ ୧୩ ତାରିଖରେ  ଗଜେଟ ନୋଟିଫିକେସନ୍ ପ୍ରକାଶ ପାଇବ। ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ ଏବଂ ୨୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୨୪ ତାରିଖ ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ହୋଇଥିବା ବେଳେ ମେ’ ୧୦ ତାରିଖରେ ଭୋଟିଂ ହୋଇ ୧୩ରେ ଫଳାଫଳ ପ୍ରକାଶ ପାଇବ। ମେ ୧୫ ତାରିଖ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ କରିବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି।

ଝାରସୁଗୁଡ଼ାରେ ମୋଟ ୨ ଲକ୍ଷ ୨୧ ହଜାର ୭୦ ଜଣ ଭୋଟର ଅଛନ୍ତି। ଏଥିରୁ ପୁରୁଷ ଭୋଟର ୧ ଲକ୍ଷ ୧୦ ହଜାର ୩୨୦ ହୋଇଥିଲା ‌ବେଳେ ମହିଳା ଭୋଟର ସଂଖ୍ୟା ୧ ଲକ୍ଷ ୧୦ ହଜାର ୬୮୭। ଏହି ତାଲିକାରେ ୮୦ ବର୍ଷରୁ ଊର୍ଦ୍ଧ ବ୍ୟକ୍ତି ୪୦୭୪ ଜଣ ଥିବା ବେଳେ ୨୫୨୬ ଜଣ ଦିବ୍ୟାଙ୍ଗ ଭୋଟର ରହିଛନ୍ତି। ସେହିପରି ତୃତୀୟ ଲିଙ୍ଗୀ ୬୩ ଜଣ ରହିଛନ୍ତି। ୨୫୩ ପୁଲିଂ ସେଣ୍ଟର ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ନିର୍ବାଚନ ସମୟରେ ଖରାଦିନ ଥିବାରୁ ଗୀଷ୍ମ ପ୍ରବାହ ଦୃଷ୍ଟିରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ପୁଲିଂ ସେଣ୍ଟରରେ ପିଇବା ପାଣି, ଇଲେକ୍ଟ୍ରି, ରାମ୍ପ, ଶୌଚାଳୟ, ସମେତ ଗ୍ରୀଷ୍ମ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯିବ। ଯେତିକି ଇଭିଏମ ଆବଶ୍ୟକ ହେବ ଯୋଗାଇ ଦିଆଯିବ। ସମ୍ଭାବ୍ୟ କୋଭିଡ଼ ସ୍ଥିତି ପାଇଁ ସ୍ବାସ୍ଥ୍ୟ ବିଭାଗ ଯାହା ଉପଦେଶ ସେ ହିସାବରେ କାମ କରାଯିବ। ପୁଲିସ ଡିଜିଙ୍କ ସହ ଆଲୋଚନା କରି ନିର୍ବାଚନକୁ ସ୍ଵଚ୍ଛ ଏବଂ ଅବାଧ ପାଇଁ ଚେଷ୍ଟା କରାଯିବ।

ad-week
Leave A Reply

Your email address will not be published.