ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

add-all

ଭୁବନେଶ୍ବର:  ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । କଥା କଥାକେ ନିଜେ ନେଉଛନ୍ତି ନିଜ ଜୀବନ । ରାଗରୁଷାରୁ ଝୁଲିପଡ଼ୁଛନ୍ତି ଯୁବପିଢ଼ି । କେଉଁଠି ପ୍ରେମ ତ ଆଉ କେଉଁଠି ପାରିବାରିକ ଅଶାନ୍ତି କିମ୍ବା ବ୍ୟକ୍ତିଗତ ସମସ୍ୟାରୁ ମୃତ୍ୟୁର ବାଟ ବାଛି ନେଉଛନ୍ତି । ଆର୍‌ଡି ଲେଡିଜ୍‌ ହଷ୍ଟେଲର ଛାତ୍ରୀଙ୍କ ଆତ୍ମହତ୍ୟା । ରମାଦେବୀ ବିଶ୍ୱବିଦ୍ୟାଳୟର ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ସହିଦନଗର ଥାନା ପୋଲିସର ଛାନଭିନ୍‌ । ଆତ୍ମହତ୍ୟାର କାଣର ଅସ୍ପଷ୍ଟ ରହିଛି । ମୃତ ଛାତ୍ରୀ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ରୀ ।

ସୁଇସାଇଡ ନୋଟରେ ଛାତ୍ରୀ ଜଣଙ୍କ ଲେଖିଛନ୍ତି ବାପା ଯେତେ ପଢିଲେ ବି କିଛି ମନେ ରହୁନି । ପାଠ ପଢାକୁ ନେଇ ଅଧିକ ଚାପରେ ରହୁଥିଲେ ଛାତ୍ରୀ। ଦୁଇରୁ ୩ ମାସ ହେବ ମାନସିକ ଚାପରେ ରହି ଆସୁଥିଲେ ପ୍ରଜ୍ଞା, ଯାହା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।ଆଜି ପରୀକ୍ଷା ଦେଇ କଲେଜରୁ ହଷ୍ଟେଲକୁ ଫେରିଥିଲେ ପ୍ରଜ୍ଞା।ଦୁଇ ମାସ ହେବ ସେ ହଷ୍ଟେଲରେ ଆସି ରହିଥିଲେ।ପୂର୍ବରୁ ବାହାର ହଷ୍ଟେଲରେ ରହି ପଢୁଥିଲେ ପ୍ରଜ୍ଞା

ad-week
Leave A Reply

Your email address will not be published.