ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ୨୪ତମ ସମାବର୍ତ୍ତନ ଉତ୍ସବ

add-all

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତି ଗୀତାଞ୍ଜଳୀ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମ ଓଡିଶା ରାଜ୍ୟପାଳ ଗଣେଶି ଲାଲ ଯୋଗଦେଇ ସମାଵର୍ତନ ଉତ୍ସବ ଶୁଭାରମ୍ଭ କରିବା ସହିତ ସଭକାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥିଭାବେ ଓଡିଶା ମାନବ ଅଧିକାର କମିଶନ ଅଧକ୍ଷ ଜଷ୍ଟିସ ଶତ୍ରୁଘଂ ପୂଜାହାରୀ ଯୋଗଦେଇଥିବା ବେଳେ ସଂମ୍ମାନୀତ ଅତିଥିଭାବେ ଉଚ୍ଚ ଶିକ୍ଷା ବିଭାଗ ସଚିବ ବିଷ୍ଣୁପାଦ ସେଠୀ ଯୋଗଦେଇଥିଲେ।।

ଏହି ଅବସରରେ ୨୦ ଜଣ ପିଏଚଡ଼ି ବିଦ୍ୟାର୍ଥୀ ଙ୍କୁ ଡ଼ିଗ୍ରୀ ପ୍ରଦାନ,୪୫ ଜଣ ଟପ୍ପରଙ୍କ ସ୍ୱର୍ଣ୍ଣ ପଦକ, କରିଥିଲେ ରାଜ୍ୟପାଳ ଗଣେଶି ଲାଲ ପରେ ନିଜ ଅଭିଭାଷଣ ରେ ବିଦ୍ୟାର୍ଥୀ ମାନଙ୍କୁ ବିଦ୍ୟା ଅଧ୍ୟୟନ ସହିତ ଜଣେ ଭଲ ମଣିଷ ହେବାକୁ ଉପଦେଶ ଦେଇଥିଲେ।ଆଧୁନିକ ଟେକ୍ନୋଲୋଜି ଦୁନିଆରେ ପରିବେଶର ଭି ସୁରକ୍ଷା ନେବା ପାଇଁ ସେ ଉପସ୍ଥିତ ବିଦ୍ୟାର୍ଥୀ ଙ୍କୁ ପରାମର୍ଶ ଦେଇଥିଲେ।କୁଳ ସଚିବ ସଚିଦାନନ୍ଦ ନାୟକ, ପିଜି କାଉନ୍ସିଲ ଅଧକ୍ଷ ପ୍ରଫେସର ପ୍ରତାପ କୁମାର ମୋହାନ୍ତି, ସହ କୁଳ ସଚିବ ଡଃ.ସରୋଜ କୁମାର ଦାସ, ଉଚ୍ଚ ଶିକ୍ଷା ଆଞ୍ଚଳିକ ନିର୍ଦେଶକ ଡ଼. ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ପ୍ରମୁଖଏହି ଅବସରରେ ମଞ୍ଚାସୀନ ରହିଥିଲେ।କୁଳ ସଚିବ ସଚିଦାନନ୍ଦ ନାୟକ, ପିଜି କାଉନ୍ସିଲ ଅଧକ୍ଷ ପ୍ରଫେସର ପ୍ରତାପ କୁମାର ମୋହାନ୍ତି, ସହ କୁଳ ସଚିବ ଡଃ.ସରୋଜ କୁମାର ଦାସ, ଉଚ୍ଚ ଶିକ୍ଷା ଆଞ୍ଚଳିକ ନିର୍ଦେଶକ ଡ଼. ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ପ୍ରମୁଖଏହି ଅବସରରେ ମଞ୍ଚାସୀନ ରହିଥିଲେ।ତେବେ ରାଜ୍ୟପାଳ ଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ରାଜ୍ୟପାଳଙ୍କ ନିକଟରେ କେବଳ ସୁରକ୍ଷା କର୍ମୀ କର୍ଡନ କରି ରହିଥିବା ବେଳେ କୌଣସି ଖାକି ପୋଷାକ ଧାରୀ ପୋଲିସ ଅଧିକାରୀ କିମ୍ବା କର୍ମଚାରୀ ଙ୍କୁ ସଭାକକ୍ଷ ମଧ୍ୟକୁ ପ୍ରବେଶ ପାଇଁ ଅନୁମତି ଦିଆ ଯାଇନଥିଲା। ଏହି ସଭକାର୍ଯ୍ୟ ରେ କୌଣସି ଜନ ପ୍ରତିନିଧି ମାନଙ୍କ ଦେଖା ମିଳି ନ ଥିଲା। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଏଭଳି ଏକ କାର୍ଯ୍ୟକ୍ରମ ରେ ଜନପ୍ରତିନିଧି ଙ୍କ ଅନୁପସ୍ଥିତ କୁ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ସହଜରେ ଗ୍ରହଣ କରି ପାରି ନ ଥିଲେ।

ad-week
Leave A Reply

Your email address will not be published.