୧୨୦୫ ଡାକ୍ତରଙ୍କୁ କୃତକାର୍ଯ୍ୟ ଘୋଷଣା କଲା ଓପିଏସସି

add-all

କଟକ: ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ସହକାରୀ ସର୍ଜନ ପରୀକ୍ଷା ଫଳ ବୁଧବାର ପ୍ରକାଶିତ ହୋଇଛି। ଏହି ପରୀକ୍ଷାରେ  ମୋଟ ୧୨୦୫ ଜଣ ଡାକ୍ତରୀ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି। ଓପିଏସ୍‌ସି ଏହି ୧୨୦୫ ଜଣ ଡାକ୍ତରଙ୍କୁ  ସହକାରୀ ସର୍ଜନ ଭାବେ ନିଯୁକ୍ତି ଦେବାକୁ ସୁପାରିସ କରିଛି।

ସୂଚନାଯୋଗ୍ୟ, ଗତ ମାସ ୨୦ ତାରିଖରେ  ସହକାରୀ ସର୍ଜନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ ୨୫୮୦ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ପ୍ରଥମ ଥର ଲାଗି ଏକା ଥରକେ ଏତେ ସଂଖ୍ୟକ ପଦବି ପୂରଣ ପାଇଁ  ସୁପାରିସ କରାଯାଇଛି ବୋଲି ଓପିଏସ୍‌ସି ଅଧ୍ୟକ୍ଷ ଡକ୍ଟର ସତ୍ୟାଜିତ ମହାନ୍ତି ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.