ଗଞ୍ଜାମ ଓକିଲ ସଂଘର ନିର୍ବାଚିତ ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ…

add-all

ବ୍ରହ୍ମପୁର : ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ସଙ୍ଘ ସଭାପତି କପିଳେଶ୍ୱର ପଟ୍ଟନାୟକ, ଉପସଭାପତି ପ୍ରକାଶ ଦାସ, ସମ୍ପାଦକ ସୁଶୀଲ ତ୍ରିପାଠୀ, ଯୁଗ୍ମ ସମ୍ପାଦକ ଦୁର୍ଗା ରାଓ ପ୍ରମୁଖ ମଞ୍ଚାସୀନ ଥିଲେ।ଏହି ଅବସରରେ ନବ ନିର୍ବାଚିତ ସଭାପତି ମିନତୀ ରଥ, ଉପ ସଭାପତି ଏମ. ଚନ୍ଦ୍ର ଶେଖର, ସମ୍ପାଦକ ରବି ନାରାୟଣ ସାହୁ, ଯୁଗ୍ମ ସମ୍ପାଦକ ତାପସ ସାହୁଙ୍କୁ ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକ ଶପଥ ପାଠ କରାଇଥିଲେ।ଏହି ଅବସରରେ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।

ad-week
Leave A Reply

Your email address will not be published.