ମା’ ଚଣ୍ଡୀଙ୍କ ଦର୍ଶନ କଲେ ଜୟପ୍ରଦା

add-all

ଭୁବନେଶ୍ୱର :ଲୋକପ୍ରିୟ ଅଭିନେତ୍ରୀ ତଥା ପଲିଟିସିଆନ୍ ଜୟପ୍ରଦା ଗତକାଲି କଟକସ୍ଥିତ ମା’ ଚଣ୍ଡୀଙ୍କ ଦର୍ଶନ କରିଛନ୍ତି। ବାସନ୍ତୀ ଦୁର୍ଗାପୂଜା ପାଇଁ ଏବେ ନବରାତ୍ର ଚାଲୁଥିବାରୁ ଜୟପ୍ରଦା ମା’ କଟକ ଚଣ୍ଡୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କରିଛନ୍ତି ।

ଜୟପ୍ରଦାଙ୍କ ସହ ତାଙ୍କ ପୁଅ ସମ୍ରାଟ ମଧ୍ୟ ମା’ଙ୍କ ଦର୍ଶନ କରିଛନ୍ତି। ଏହି ଅବସରରେ ଜୟପ୍ରଦା ଓଡିଶାବାସୀଙ୍କ ଆତିଥ୍ୟକୁ ପ୍ରଶଂସା କରିଛନ୍ତି। ନବରାତ୍ର ପାଇଁ ମା’ଙ୍କ ମନ୍ଦିରରେ ଭିଡ ଲାଗିଥିବା ବେଳେ ଅଭିନେତ୍ରୀ ଜୟପ୍ରଦାଙ୍କୁ ଦେଖିବାକୁ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।

ମା’ଙ୍କ ଦର୍ଶନ କରି ବେଶ ଖୁସି ଥିବା ଜୟପ୍ରଦା କହିଛନ୍ତି, ମୁଁ ନବରାତ୍ରୀ ଅବସରରେ ପ୍ରତିବର୍ଷ ଉପବାସ କରିଥାଏ । ଚଳିତ ବର୍ଷ ମା’ କଟକ ଚଣ୍ଡୀଙ୍କ ଦର୍ଶନ ଲାଭ କରି ଖୁବ୍‌ ଖୁସି ଅନୁଭବ କରୁଛି। ସମସ୍ତେ ଖୁସିରେ ରୁହନ୍ତୁ ବୋଲି ମା’ଙ୍କ ନିକଟରେ ପ୍ରାର୍ଥନା କରିଛି।

ବିଗତ ଦିନର ଲୋକପ୍ରିୟ ଅଭିନେତ୍ରୀ ଜୟପ୍ରଦାଙ୍କୁ ଦେଖିବାକୁ ଚଣ୍ଡୀ ମନ୍ଦିର ନିକଟରେ ପ୍ରବଳ ଲୋକ ଗହଳି ହୋଇଥିଲା। ଏହି ଅବସରରେ ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା।

ad-week
Leave A Reply

Your email address will not be published.