ଶ୍ରୀରାମ ନବମୀ ଉପଲକ୍ଷେ ବାଇକ ରାଲି, ପଦଯାତ୍ରା

add-all

ମାଲକାନଗିରି (୩୦।୩) : ଆଜି ଭଗବାନ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମ ଦିବସ ଉପଲକ୍ଷେ ମାଲକାନଗିରି ସହର ଚଳ ଚଞ୍ଚଳ ହୋଇ ଉଠିଛିା ଶ୍ରୀରାମଙ୍କ ଭକ୍ତମାନେ ଶହ ଶହ ସଂଖ୍ୟାରେ ସକାଳ ୧୦ ଘଟିକା ସମୟରେ ଭୈରବ ମନ୍ଦିର ଠାରୁ ନିଜ ନିଜ ଯାନବାହାନରେ ଲାଲ ପତାକା ଲଗାଇ ଶ୍ରୀରାମଙ୍କ ଏକ ବିଶାଳ ଫଟୋ ଚିତ୍ର ସୁସଜ୍ଜିତ ରଥରେ ଲଗାଇ ଜୟ ଶ୍ରୀରାମ ଧ୍ୱନୀ ସହ ଡିଏନକେ ରାମ ମନ୍ଦିର ପର୍ଯ୍ୟନ୍ତ ଦୀର୍ଘ ୩ କିଲୋମିଟର ରାସ୍ତା ଶୋଭା ଯାତ୍ରା କରି ଆସିଥିଲୋ ମନ୍ଦିରରେ ପୁଜାର୍ଚନା କରିବା ସହ ପ୍ରସାଦ ସେବନ କରିଥିଲୋ ପରେ ପରେ ଅପରାହ୍ନରେ ସ୍ଥାନୀୟ ବସଷ୍ଟାଣ୍ଡରୁ ଏକ ବିରାଟ ଶୋଭା ଯାତ୍ରାରେ ଭକ୍ତମାନେ ପଦଯାତ୍ରା କରି ଜୟ ଶ୍ରୀରାମ ଙ୍କ ଧ୍ୱନୀ ଦେଇ ରାମ ମନ୍ଦିର ପରିସରକୁ ଯାଇ ସେଠାରେ ଏକତ୍ରୀତ ହୋଇଥିଲୋ ପଣ୍ଡିତ ମାନେ ଭକ୍ତମାନଙ୍କୁ ରାମ ଚରିତ ମାନସରାମଙ୍କର ପୌରାଣିକ ତଥ୍ୟ ଇତ୍ୟାଦି ସମ୍ବନ୍ଧରେ ପ୍ରବଚନ ଦେଇଥିଲୋ ମୁଖ୍ୟ ରାସ୍ତାରେ ମାରୱାଡି ସମ୍ପ୍ରଦାୟ ତରଫରୁ ପାନୀୟ ଜଳ, ଚଲା, ପ୍ରସାଦ, ବିତରଣ କରା ଯାଇଥିଲ।। ସନ୍ଧ୍ୟାରେ ରାମ ମନ୍ଦିର ପରିସରରେ ସଂକୀ୍‌ତନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁ‌ଷ୍ଠିତ ହୋଇଥିଲ।।

ad-week
Leave A Reply

Your email address will not be published.