୧୦ କୋଟିର ଜମି ପାଇଁ କୋଟିଏ ଟଙ୍କାର ବଟି ଦାବି: ଗିରଫ ହେଲେ ୨ ଲେଡି ଡନ୍…

add-all

ଭୁବନେଶ୍ବର:  ୧୦ କୋଟିର ଜମି ପାଇଁ କୋଟିଏ ଟଙ୍କାର ବଟି ଦାବି କରିବା ମହଙ୍ଗା ପଡ଼ିଛି। ଏହି ଘଟଣାରେ ଭଙ୍ଗାରୁଜା କରିଥିବା ୨ ଜଣ ଲେଡି ଡନଙ୍କୁ ପୁଲିସ ଗିରଫ କରିଥିବା ଜଣାଯାଇଛି। ଉଭୟଙ୍କ ଘର ଲକ୍ଷ୍ମୀସାଗର ଅଞ୍ଚଳରେ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଗତକାଲି ପ୍ରେସିଡେନ୍ସି ପଛରେ ଏକ ବିବାଦୀୟ ଜମିକୁ ପୋଜେସନ ମାମଲାରେ ୭ ଜଣ ଜମି ମାଫିଆଙ୍କୁ ବାନ୍ଧିଥିଲା ନୟାପଲ୍ଲୀ ପୁଲିସ। ନକୁଳ ମହାକୁଡ଼, ଆଶିଷ ଜେନା, ଦୀପକ ଦାସ, ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ ବଳିଆରସିଂ ଓ ଆଶିଷ ରାୟ ଗିରଫ ହୋଇଥିଲେ। ଏମାନଙ୍କୁ ପୁଲିସ ହାତରେ ଦଉଡ଼ି ବାନ୍ଧି ରାସ୍ତାରେ ଚଲାଇ ନେଇଥିଲା। ଏମାନଙ୍କ ନାଆଁରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଭଙ୍ଗାରୁଜା କରିଥିବାର ଅଭିଯୋଗ ଥିଲା। ନକୁଳ ମହାକୁଡ଼ ନାଁ ରେ ପୂର୍ବରୁ ଏନଏସଏ ଲାଗିଥିଲା। ତେବେ ମାଷ୍ଟରମାଇଣ୍ଡ ଝାରପଡ଼ାର ରାଘବ ଜେନା ଏବେ ବି ଫେରାର ଥିବା ଜଣାଯାଇଛି।ମହିଳାଙ୍କୁ ଢାଲ କରି ଏମାନେ ଜମି ପୋଜେସନ ଗ୍ୟାଙ୍ଗ ଚଳାଇଥିଲେ।

ad-week
Leave A Reply

Your email address will not be published.