ଝାରସୁଗୁଡା ଉପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେଲେ ଦୀପାଳି ଦାସ

add-all

ଭୁବନେଶ୍ବର; କଳ୍ପନା ଜଳ୍ପନାର ଅନ୍ତ। ଝାରସୁଗୁଡା ଉପନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହେଲେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସ୍ବର୍ଗତ ନବଦାସଙ୍କ ଝିଅ ଦୀପାଳି ଦାସ। ଆଜି ଦଳର ସୁପ୍ରୀମୋ ନବୀନ ପଟ୍ଟନାୟକ ଦୀପାଳିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ବାପାଙ୍କ ମୃତ୍ୟୁର ଦୁଇ ମାସ ପରେ ଦୀପାଳିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ଦଳ। ତେବେ ଦୀପାଳିଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ପ୍ରମିଳା ମଲ୍ଲିକଙ୍କ ଦମ୍ଭୋକ୍ତି, ୫୦ ହଜାରରୁ ଅଧିକ ଭୋଟ ରେ ଜିତିବ ବିଜେଡି। ଦୀପାଳି ଜଣେ ଉଚ୍ଚଶିକ୍ଷାତା ମହିଳା ।

ବିରୋଧୀଙ୍କ ଉପରେ ଭାରି ପଡିବେ । ସିମ୍ପାଥି ଫ୍ୟାକଟର କାମ କରି ପାରେ । ୫୦ ହଜାରରୁ ଅଧିକ ଭୋଟରେ ଜିତିବ ବିଜେଡି । ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବୈଠକ ଡାକିଛନ୍ତି । ଯାହା ରଣନୀତି ପ୍ରସ୍ତୁତ ହେବ ଯାହା ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବେ ତାକୁ ନେଇ ଆମେ ନିର୍ବାଚନୀ ମଇଦାନରେ କାର୍ଯ୍ୟକାରୀ କରିବୁ । ସେପଟେ ଉପନିର୍ବାଚନ ଭୋଟ ଏକ ପାଖିଆ ହେବ କହିଲେ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରା ।

ad-week
Leave A Reply

Your email address will not be published.