ବ୍ରହ୍ମପୁର ରିଜର୍ଭ ପୋଲିସ ପଡିଆ ଠାରେ ପାଳିତ ହେଲା ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ…

add-all

ବ୍ରହ୍ମପୁର :  ଆଜି ସାରା ଓଡିଶାରେ ଉତ୍କଳ ଦିବସ ପାଳିତ ହେଉଅଛି  ।  ଭାଷା ଭିତ୍ତିକ ରାଜ୍ୟ ଗଠନ ହେବାରେ ଓଡିଶା ହେଉଛି ଭାରତରେ ପ୍ରଥମ ରାଜ୍ୟ। ଏବଂ ଏହି ପଵିତ୍ର ଦିବସରେ ଓଡିଶା ପୋଲିସ ର ମଧ୍ୟ ପ୍ରତିଷ୍ଠା ଦିବସ l ଆଜି ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ମଧ୍ୟ ଏହି ୮୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ବ୍ରହ୍ମପୁର ବୁଦ୍ଧିଜୀବୀ ଓ  ଜନସାଧାରଣଙ୍କ ସହଯୋଗରେ ପୁଲିସର ଦକ୍ଷତା ଓ ମନ ବଳ ବୃଦ୍ଧି ହୋଇଥାଏ  । କାରଣ ପୁଲିସର ଦକ୍ଷତା ସର୍ବସାଧାରଣଙ୍କ  ସହଯୋଗ ଉପରେ ନିର୍ଭର କରେ  । ଆଜି ବ୍ରହ୍ମପୁର ଏସ୍.ପି, ଡ଼.ସର୍ବଣା ବିବେକ ଏମଙ୍କ

ସଂଯୋଜନାରେ ଆମ୍ବପୁଆ ସ୍ଥିତ ରିଜର୍ଭ ପୋଲିସ ପଡିଆ ଠାରେ ଆୟୋଜିତ ୮୮ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ  ଉତ୍ସବରେ ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ (ଆଇ. ପି. ଏସ ) ଯୋଗ ଦେଇ ଜିଲ୍ଲା ପୋଲିସ କୁ  ଉଦବୋଧନ ଦେଇଛନ୍ତି । ବ୍ରହ୍ମପୁର ଜିଲ୍ଲା ପୁଲିସ ପକ୍ଷରୁ ଆୟୋଜିତ ପ୍ୟାରେଡରେ ଦକ୍ଷିଣାଞ୍ଚଳ ଆଇଜି  ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରେ ପ୍ରଶଂସନୀୟ କାଯ୍ୟ କରିଥିବା  ୨୮ ଅଧିକାର ଓ କର୍ମଚାରୀଙ୍କୁ ପୁରସ୍କାର କରାଯାଇଥିଲା । ଏହି ଅବସରରେ ପ୍ରଶଂସନୀୟ କାଯ୍ୟ ପାଇଁ  ବ୍ରହ୍ମପୁର ପୁଲିସ ଜିଲ୍ଲାର ଶ୍ରେଷ୍ଠ ଇନ୍ସପେକ୍ଟର ଭାବେ ପୁରସ୍କୃତ ହେଲେ ୫ ଥାନା ଅଧିକାରୀ  । ସେମାନେ ହେଲେ ଗୋଳନ୍ଥରା ଥାନା ଅଧିକାରୀ ବିବେକା ନନ୍ଦ ମହନ୍ତ, କେ.ନୂଆ ଗାଁ ଥାନା ଅଧିକାରୀ ମୃତୁଞ୍ଜୟ ସ୍ୱାଇଁ, ଦିଗପହଣ୍ଡି ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, ଗୋଷାଣୀନୂଆ ଗାଁ ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ, ମହିଳା ଥାନା ଅଧିକାରୀ ଅଞ୍ଜଳି ବିଶ୍ଵାଳ ।  ଏହି ଅଧିକାରୀ ମାନଙ୍କୁ ଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମାନପତ୍ର ଦେଇ ପୁରସ୍କୃତ କରିଛନ୍ତି

ad-week
Leave A Reply

Your email address will not be published.