ମାଲକାନଗିରି ପୋଲିସ ପ୍ୟାରେଡ଼ ପଡିଆ ଠାରେ ପାଳିତ ହେଲା ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ…

add-all

ମାଲକାନଗିରି :, ଆଜି ସାରା ଓଡିଶାରେ ଉତ୍କଳ ଦିବସ ପାଳନ ହେଉଅଛି । ଭାଷା ଭିତରେ ରାଜ୍ୟ ଗଠନ ହେବାରେ ଓଡିଶା ହେଉଛି ଭାରତରେ ପ୍ରଥମ ରାଜ୍ୟ। ଆଜି ଏହି ଦିନରେ ମାଲକାନଗିରି ଜିଲ୍ଲା ପୋଲିସ ପକ୍ଷରୁ ପାଳିତ ହୋଇଛି ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ । ଜିଲ୍ଲା ପୋଲିସ ପ୍ୟାରେଡ଼ ପଡ଼ିଆ ଠାରେ ପାଳିତ ହୋଇଯାଇଛି ଏହି ୮୮ ତମ ପୋଲିସ ପ୍ରତିଷ୍ଠା ଦିବସ। ପୋଲିସ ପକ୍ଷରୁ ତିନି ପ୍ଲାଟୁନ ପୋଲିସ ସୁନ୍ଦର ପ୍ୟାରେଡ଼ ପ୍ରଦର୍ଶନ କରିଥିଲେ ଯାହା ସମସ୍ତଙ୍କ ମନକୁ ଆକୃଷ୍ଟ କରିଥିଲା । ଉତ୍କଳ ଦିବସ ଅବସରରେ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦୀପ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ୟାରେଡ଼ର ନିରୀକ୍ଷଣ କରିବା ସହ ଅଭିବାଦନ ଜଣାଇଥିଲେ। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦୀପ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପ୍ରେରଣ କରିଥିବା ବାର୍ତ୍ତା ପଠନ କରିଥିଲେ । ଆଜିର ଏହି ୮୮ ତମ ପୋଲିସ ପ୍ରତିଷ୍ଠା ଦିବସରେ ଜିଲ୍ଲା ସଦର ମହକୁମା ସ୍ଥିତ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ପୋଲିସ ପ୍ରଶାସନ ପକ୍ଷରୁ ଆରକ୍ଷୀ ଅଧୀକ୍ଷକ ବିଭିନ୍ନ ସ୍ତରରେ ଥିବା ଅନେକ ଅଧିକାରୀ ମାନଙ୍କୁ ଙ୍କୁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ମାନପତ୍ର ଦେଇ ପୁରସ୍କୃତ କରିଛନ୍ତି ।

ad-week
Leave A Reply

Your email address will not be published.