ବିଶିପଡାରେ ମହାସମାରୋହରେ ରାମନବମୀ ଯାତ୍ରା ଆରମ୍ଭ

add-all

ଫୁଲବାଣୀ : ବ୍ରିଟିଶ ଶାସନ କାଳର ଐତିହାସିକ ମାଟି ବିଶିପଡା ସ୍ଥିତ ରାମ ମନ୍ଦିରରେ ମଧ୍ୟ୍ୟ ପ୍ରବଳ ଜନସମାଗମ ହେବାର ଦେଖାଯାଇଥିଲା l ଶ୍ରୀରାମଙ୍କ ପର୍ବ ଆରମ୍ଭ ପୂର୍ବରୁ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ମାନେ ସାଲୁଁକି ନଦୀ ତଟକୁ ଯାଇ ଭଗବାନ ଶ୍ରୀରାମ ଙ୍କୁ ଆବାହନ କରି ପୂର୍ଣ୍ଣ କଳସି ଯାତ୍ରା ମାଧ୍ୟମରେ ଖୋଳ ,କୀର୍ତନ, ଝାଞ୍ଜ, ମୃଦଙ୍ଗ ଘଣ୍ଟ ଶବ୍ଦରେ ଗଗନ ପବନ ପ୍ରକମ୍ପିତ କରି ବିଶାଳ ଶୋଭାଯାତ୍ରା ମନ୍ଦିରରେ ପହଞ୍ଚିଥିଲା, ଓ ତାପରେ ପୂର୍ବ ନିର୍ଦ୍ଧାରିତ ରୀତି ନୀତି ଅନୁଯାଇ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ର ଉପାସନା କରି ହୋମ ଜାଗ, ଯଂଜ୍ଞ ଅନୁଷ୍ଠିତ ହୋଇଥିଲା | ହୋମ ଜାଗ, ଯଂଜ୍ଞ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସମସ୍ତ ଶ୍ରଦ୍ଧାଳୁ ଉପାସକ ମାନେ ନିର୍ଜ୍ୱଳ ଉପବାସ କରିଥାନ୍ତି, ଓ ମନ୍ଦିରରେ ସମସ୍ତ ଦେବ ନୀତି ସମାପନ ପରେ ପାଦୁକା ସେବନ କଲାପରେ ଯାଇ ପାଣି ଗ୍ରହଣ କରିଥିବା ନଜିର ରହିଛି | ବିଶିପଡା ସ୍ଥିତ ଶ୍ରୀରାମ ନବମୀ କାହିଁ ଆବାହମାନ କାଳରୁ ଆରମ୍ଭ ହୋଇ ଆଜିପର୍ଯ୍ୟନ୍ତ ଗ୍ରାମବାସୀ ମାନେ ପାଳନ କରି ଆସୁଛନ୍ତି | ଶ୍ରୀରାମ ନବମୀ ଦିନଠାରୁ ଆରମ୍ଭ ହୋଇ ଦୀର୍ଘ ଚଉଦ ଦିନ ବ୍ୟାପି ଏହି ଶ୍ରୀରାମ ଲୀଳା ଚାଲୁରହିବ ଓ ଚାଲି ଆସୁଅଛି | ଚଳିତ ବର୍ଷ ଶ୍ରୀରାମ ଲୀଳା ପରିଚାଳନା କମିଟିର ସଭାପତି ଶ୍ରୀ ଚକ୍ରଧର ବେହେରା, ସମ୍ପାଦକ ଶ୍ରୀ ପ୍ରକାଶ କରିଛନ୍ତି କି, ଏଇଥର ଶ୍ରୀରାମ ଲୀଳାକୁ କିଛି ପରିବର୍ତ୍ତନ କରାଯାଇ 14 ଦିନ ବଦଳରେ 19/20 ଦିନ ପର୍ଯ୍ୟନ୍ତ ଚାଲୁରହିବ ବୋଲି ସୂଚନା ପ୍ରଦାନ କରିଛନ୍ତି | ବିଶିପଡା ଶ୍ରୀରାମ ଲୀଳା ଇତିହାସ ଜଗତରେ ଏକ ଅନନ୍ୟ, ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ | କାରଣ ବିସିପଡ଼ାରେ ପଞ୍ଚ ଶଖାଙ୍କ ମଧ୍ୟରୁ ଶ୍ରୀ ବଳରାମ ଦାସ ଙ୍କ ରଚିତ ଦାଣ୍ଡି ରାମାୟଣ ବା ଯୋଗମୋହନ ରାମାୟଣ ବୋଲି କୁହାଯାଏ, ଯାହାକି ତାଳପତ୍ର ଲେଖନୀରେ କରଣୀ ଅକ୍ଷରରେ ଖୋଦିତ ହୋଇଅଛି | ଯାହାକି ସମଗ୍ର ଭାରତ ବର୍ଷରେ ଅନ୍ୟ କୋଉଠି ଏପରି ତାଳ ପତ୍ର ପୋଥି, ପୁରାଣ ଦେଖିବାକୁ ମିଳିନଥିବା ନଜିର ରହିଛି ବୋଲି ବିଶିପଡା ର ପୂର୍ବଜ ମାନେ ପ୍ରକାଶ କରିଥିବା ସଭାପତି ଶ୍ରୀ ବେହେରା କହିଛନ୍ତି | |
ଚଳିତ ବର୍ଷ ଶ୍ରୀରାମ ଲୀଳା ଏକ ଭିର୍ଣ୍ଣ ରୂପରେ ଅଗଣିତ ଦର୍ଶକ ମାନଙ୍କ ଆଗରେ ପରିବେଷଣ କରାଯିବ ବୋଲି ଯୁବ କଳାକାର ଶ୍ରୀ ରାମ ଚନ୍ଦ୍ର ବିଶୋଇ, ଶ୍ରୀ ରଂଜିତ କୁମାର ବେହେରା, ରାମଲୀଳା କମିଟିର ପୂର୍ବତନ ସଭାପତି ଶ୍ରୀ ଶଶୀଭୁଷଣ ବିଶୋଇ,, ଶ୍ରୀ ଗଦାଧର ପ୍ରଧାନ, ଶ୍ରୀ ସୁଶାନ୍ତ କୁମାର ପ୍ରଧାନ ଶ୍ରୀ ଶିଶିର କୁମାର ବିଶୋଇ, ଶ୍ରୀ ଦେବ ରଞ୍ଜନ ବେହେରା, ନାରାୟଣ ବିଶୋଇ, ଆଇନୀଜୀବୀ ଶ୍ରୀ ଅଶୋକ ବିଶୋଇ, ଶ୍ରୀ ଦିଲୀପ କୁମାର ବିଶୋଇ, ଶ୍ରୀ ପିଣ୍ଟୁ ବାରିକ,ଶ୍ରୀ ଚନ୍ଦନ କୁମାର ସାହୁ,ଶ୍ରୀ ଭଗବାନ ସାହୁ, ଶ୍ରୀ ପର୍ଶୁରାମ ବିଶୋଇ,ଶ୍ରୀ ଅଲେଖ ମିଶ୍ର, ଲୋକ ନାଟ୍ୟ ଗୁରୁ ଶ୍ରୀ ରଥ ବିଶୋଇ, ଆହୋରହ ଉଦ୍ୟମ ଜାରି ରଖିଥିବା ଦେଖିବାକୁ ମିଳୁଛି | ଶ୍ରୀରାମ ଲୀଳା ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଶ୍ରୀ ମହେନ୍ଦ୍ର ବିଶୋଇ, ଶ୍ରୀ ଉପେନ୍ଦ୍ର ବିଶୋଇ, ମନ୍ଦିର ପୂଜକ ଶ୍ରୀ କାଁହୁଚରଣ ମିଶ୍ର, ଶ୍ରୀ ବଳଦେବ ମିଶ୍ର,ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଆଜିର ଶ୍ରୀରାମ ନବମୀ ଉତ୍ସବ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଯାଇଛି, ଓ ଆସନ୍ତା କାଲିଠାରୁ ଶ୍ରୀରାମ ଲଖ୍ମଣ ଜନ୍ମ ବୃତ୍ତାନ୍ତରୁ ଆରମ୍ଭ ହୋଇ ସୀତା ଚୋରି ଲଙ୍କା କାଣ୍ଡ ପର୍ଯ୍ୟନ୍ତ ଲୋକ ନାଟ୍ୟ ମାଧ୍ୟମରେ ପ୍ରତ୍ୟେକ ଦିନ ରାତ୍ରି 10 ଘଟିକାରୁ ରାମ ଲୀଳା ପରିବେଷଣ କରାଯିବ ବୋଲି ଅନୁଷ୍ଠାନ ର ସଭାପତି ଶ୍ରୀ ଚକ୍ରଧର ବେହେରା ପ୍ରକାଶ କରିଛନ୍ତି |

ad-week
Leave A Reply

Your email address will not be published.