ମେଡ଼ିକାଲ କଲେଜ ତୁରନ୍ତ କାର୍ଯ୍ୟକ୍ଷମ ଦାବି, ୧୨ ଘଣ୍ଟିଆ ତାଳଚେର ବନ୍ଦ

add-all

ତାଳଚେର : ତାଳଚେର ମେଡ଼ିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ ଦାବି। ଆଜି ତାଳଚେର ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ତାଳଚେର ବନ୍ଦ ହୋଇଛି । ଫଳରେ ତାଳଚେରରର ବିଭିନ୍ନ ଦୋକାନ ବଜାର ବନ୍ଦ ରହିବା ସହ ବସ ଚଳାଚଳ ଓ ରେଳଯୋଗେ କୋଇଲା ପରିବହନକୁ ବନ୍ଦ କରାଯାଇଛି ।

ଅନ୍ଯପଟେ ବିଭିନ୍ନ କୋଇଲା ଖଣିରେ ପରିବହନ ଓ ଉତ୍ତୋଳନ ବନ୍ଦ ରହିଛି । MCL ଦ୍ୱାରା ତାଳଚେର ମେଡ଼ିକାଲ କଲେଜର ର୍ନିମାଣ କାର୍ଯ୍ଯ ୨୦୧୮ ମସିହାରୁ ସରିଥିଲା। ହେଲେ ଆଜି ପର୍ଯ୍ଯନ୍ତ ଚାଲିବା ନେଇ ରାଜ୍ଯ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବାରୁ ର୍ନିମାଣଧୀନ ମେଡିକାଲ କଲେଜର କୋଠା ଗୁଡିକ ଭାଙ୍ଗିରୁଜି ଯିବା ସହ ଭୁତ କୋଠି ପାଲଟି ଗଲାଣି । ଖୁବଶୀଘ୍ର ଏହାକୁ କାର୍ଯ୍ଯକାରୀ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ad-week
Leave A Reply

Your email address will not be published.