ଅଟୋରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର…

add-all

ଭୁବନେଶ୍ବର: ରମାଦେବୀ କଲେଜ ପରିସରରେ ଚାଞ୍ଚଲ୍ୟ। କ୍ୟାମ୍ପସରେ ମଧ୍ୟରେ ଅଟୋ ଭିତରେ ପଡି ରହିଛି  ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ।।କ୍ୟାମ୍ପସ ଭିତରେ ଥିବା ଅଡିଟୋରିୟମ କଡରେ ଏକ ଅଟୋରୁ ଉଦ୍ଧାର ହୋଇଛି ମୃତଦେହ। ମୃତକଙ୍କ ବୟସ ପାଖାପାଖି ୩୦ରୁ ୪୦ବର୍ଷ ହେବ। ହାଫପ୍ୟାଣ୍ଟ ଓ ସାର୍ଟ ପିନ୍ଧିଥିବା ଏଭଳି ମୃତଦେହକୁ ଜବତ କରିଛି ପୋଲିସ । ଅଟୋର ପଛପଟ ସିଟରେ ମୃତଦେହଟି  ପଡ଼ିଥିବା ବେଳେ ମୃତଦେହ ଉଦ୍ଧାର କରାଯାଇଛି।

ପୋଲିସ ତରଫରୁ  ମିଳିଥିବା ସୁଚନା ଅନୁସାରେ ମୃତକର ପରିଚୟ ମିଳିପାରିନାହିଁ। ବ୍ୟକ୍ତି ଜଣକୁ ଚିହ୍ନଟ କଲାଭଳି କୌଣସି ତଥ୍ୟ ମଧ୍ୟ ମିଳିନାହିଁ।  ଏହି ଘଟଣାରେ ଅଟୋକୁ ଜବତ କରି ସହିଦ ନଗର ଥାନାରେ ରଖିଛି ପୋଲିସ। ଅଟୋଟି ରମାଦେବୀ ବିଶ୍ୱବିଦ୍ୟାଳୟରେ କାମ କରୁଥିବା ସିକ୍ୟୁରିଟି ଗାର୍ଡର ତାଙ୍କ ନା ଶ୍ରୀକାନ୍ତ ମିଶ୍ର। ତାଙ୍କୁ ସହିଦ ନଗର ପୋଲିସ ଅଟକ ରଖି ପଚରା ଉଚରା କରୁଛି।

ad-week
Leave A Reply

Your email address will not be published.