ଆସନ୍ତାକାଲି ଠାରୁ ବଦଳିବ ପାଗ, ଫେରିବ ତାତି

add-all

ଭୁବନେଶ୍ବର :  ଆସନ୍ତାକାଲି ଠାରୁ ବଦଳିବ ପାଗ , ଫେରିବ ତାତି । କାଲି ଠାରୁ କୌଣସି ଜିଲ୍ଲାକୁ ସତର୍କତା ଜାରି କରାଯାଇନଥିବା ବେଳେ ଆଜି ରାତିରେ ପୁଣି ଏକ ପଶ୍ଚିମା ଝଡ ସକ୍ରିୟ ହେବାର ସମ୍ଭାବନା ରହିଛି ।ଗତ ୨୪ ଘଣ୍ଟା ମଧ୍ୟରେ ଟ୍ରପଲାଇନ୍ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା । ଘଡଘଡି ବିଜୁଳି ସହ ପ୍ରବଳ ବର୍ଷାରେ ବେହାଲ ହେଉଛି ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶା। ଗତକାଲି ସନ୍ଧ୍ୟାରୁ ଅସରାଏ ବର୍ଷା ବର୍ଷିବା ପରେ ପୁଣି ପଶ୍ଚିମା ଝଡ ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି ଜାଗାରେ ସକାଳୁ ବର୍ଷା ହୋଇଥିଲା । ଆସନ୍ତା ୨୪ ଘଣ୍ଟା ପାଇଁ ୮ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ନେଇ yellow warning ଜାରି କରିଛି ପାଣିପାଗ ବିଭାଗ।

ଏଥିସହ ସେହି ସମୟରେ ପବନର ବେଗ ୪୦ ରୁ ୫୦ ରହିବା ସମ୍ଭାବନା। ସେହିସବୁ ଜିଲ୍ଲା ଗୁଡ଼ିକ ହେଲା ଗଜପତି, କେଉଁଝର, ସୁନ୍ଦରଗଡ, ଅନୁଗୁଳ, ଢେ଼ଙ୍କାନାଳ, କଂଧମାଳ,ରାୟଗଡ଼ା, ମାଲକାନଗରି, କୋରାପୁଟ, ନବରଙ୍ଗପୁର। ଏଥିସହ ଗତ ୨୪ ଘଣ୍ଟାରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ର ବିଭିନ୍ନ ଅଞ୍ଚଳ ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ସର୍ବାଧିକ ବର୍ଷା ଦାରିଙ୍ଗବାଡିରେ ୬୭.୦ ମି.ମି, କଟକ ଜିଲ୍ଲାର ନାରାଜରେ ୬୫.୨ ମି.ମି ରେକର୍ଡ଼ ହୋଇଥିବା ବେଳେ ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ୬୨.୪ ମିଲିମିଟର ଏବଂ ଭୁବନେଶ୍ଵରରେ ୩୩.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏଥିସହ ଢେ଼ଙ୍କାନାଳ ଏବଂ କଂଧମାଳରେ କୁଆପଥର ବର୍ଷା ମଧ୍ୟ ହୋଇଛି।

ad-week
Leave A Reply

Your email address will not be published.