ବିହାର ରୋହତସର ସାସାରାମ୍‌ ସହରରେ ସ୍ଥିତି ଅସମ୍ଭାଳ…

add-all

ପାଟନା : ବିହାର ରୋହତସର ସାସାରାମ୍‌ ସହରରେ ସ୍ଥିତି ଅସମ୍ଭାଳ ହୋଇଛି। ରୋହତସ ଓ ନାଳନ୍ଦ‌ାରେ ହୋଇଥିବା ସାମ୍ପ୍ରଦାୟିକ ହିଂସା‌ ପାଇଁ ଅନେକ ଯାନବାହନ, ଘର ଏବଂ ଦୋକାନରେ ନିଆଁ ଲାଗି ନଷ୍ଟ ହେବା ସହ ଅନେକ ଲୋକ ଆହତ ହୋଇଛନ୍ତି। ଏହି ଦୁଇ ସହରରେ ସାନି ହିଂସା ଆରମ୍ଭ ହେବା ପରେ ବିହାର ସରିଫ ଏବଂ ନାଳନ୍ଦ‌ାରୁ ସମୁଦାୟ ୧୧୨ଜଣଙ୍କୁ ଗିରଫ କରାଯାଇଛି।ସାସରାମ ସହରରେ ଘଟିଥିବା ହିଂସା ପାଇଁ ବିହାରର ରୋହତସ ଜିଲ୍ଲାରେ ଥିବା ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଏପ୍ରିଲ ୪ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଏହା ସହିତ ସମସ୍ତ କୋଚିଂ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି।

ବିହାର ପୁଲିସ କହିବା ଅନୁସାରେ, ଶନିବାର ରୋହ୍‌ତାସ୍‌ର ସାସାରାମ୍‌ରେ ବୋମା ବିସ୍ଫୋରଣ ଘଟଣା ସଂକ୍ରାନ୍ତରେ ସୂଚନା ପାଇବା ପରେ ତୁରନ୍ତ ସେଠାକୁ ଫୋରେନ୍‌ସିକ୍‌ ଟିମ୍‌କୁ ପଠାଯାଇଥିଲା। ଯାଞ୍ଚ ପରେ ଗୋଟାଏ କୁଡ଼ିଆ ଘରେ ବୋମା ବିସ୍ଫୋରଣ ଘଟିଥିବା ଜଣାପଡ଼ିଥିଲା ଓ ସେ ଅଞ୍ଚଳରୁ ଗୋଟାଏ ସ୍କୁଟି ଉଦ୍ଧାର କରାଯାଇଥିଲା। ଏହା ସାମ୍ପ୍ରଦାୟିକ ଘଟଣା ନୁହେଁ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏହି ଘଟଣାକୁ ନେଇ ୨ଜଣଙ୍କୁ ଗିରଫ କରାଯାଇଛି।

ad-week
Leave A Reply

Your email address will not be published.