କୁନୋ ଜାତୀୟ ଉଦ୍ୟାନରୁ ବାହାରି ପାଖ‌ ଗାଁରେ ପ୍ରବେଶ କଲା ଚିତା, ଭୟରେ ଲୋକେ

add-all

କୁନୋ: କୁନୋ ଜାତୀୟ ଉଦ୍ୟାନରୁ ବାହାରି ପାଖ ଗାଁରେ ପଶିଲା ଚିତା। ହଠାତ ଚିତା ଗାଁରେ ପ୍ରବେଶ କରିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଏହି ଚିତାର ନାଁ ଓବାନ୍ ବୋଲି କୁହାଯାଉଛି, ଯାହାକୁ ସେପ୍ଟେମ୍ବର ୨୦୨୨ରେ ନାମ୍ବିଆରୁ ଭାରତକୁ ଅଣାଯାଇଥିଲା। ଫେବ୍ରୁଆରି ମାସରେ, ଏହି ଚିତାଗୁଡିକୁ ବଡ଼ ଏନକ୍ଲୋଜରରୁ ବାହାର କରି ଜଙ୍ଗଲକୁ ଛାଡି ଦିଆଯାଇଥିଲା। ଏବେ ଜଙ୍ଗଲରୁ ଚିତାଟି ଗାଁକୁ ଚାଲିଯାଇଥିବା ଜଣାପଡ଼ିଛି। ଚିତାକୁ ଘଉଡାଇବା ପାଇଁ ଗ୍ରାମବାସୀ ଲାଠି ଧରି ଜଗିଥିବା ବେଳେ ବନବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ‌ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି।
କୁନୋ ଜାତୀୟ ଉଦ୍ୟାନର ଡିଏଫ୍ଓ ପ୍ରକାଶ ବର୍ମା କହିଛନ୍ତି ଯେ ଚିତାକୁ ଜଙ୍ଗଲକୁ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି। ବନ ବିଭାଗ ଦଳ ଚିତାବାଘ ଉପରେ ନଜର ରଖିଛନ୍ତି। ଉଦ୍ଧାର କାର୍ଯ୍ୟ ସମୟରେ ଚିତାକୁ ବିରକ୍ତ କରାଯାଇପାରିବେ ନାହିଁ। ଧୀରେ ଧୀରେ ତାକୁ କୁନୋ ପାର୍କକୁ ଆଣିବା ପାଇଁ ଉଦ୍ୟମ କରାଯାଉଛି। ସନ୍ଧ୍ୟା ସୁଦ୍ଧା ଏହି ଚିତା କୁନୋ ପାର୍କରେ ପହଞ୍ଚିବ। ଚିତାବାଘ ଓ ନାଗରିକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉଛି।

ତେବେ ମାର୍ଚ୍ଚ ୨୯ରେ ୪ଛୁଆଙ୍କୁ ଜନ୍ମ ଦେଇଥିଲା ଚିତାବାଘ ସିୟାୟା। ଏନେଇ ପରିବେଶ ମନ୍ତ୍ରୀ ଭୂପେନ୍ଦର ଯାଦବ ଟୁଇଟ୍ କରି ସୂଚନା ଦେଇଥିଲେ।

ad-week
Leave A Reply

Your email address will not be published.