ମାର୍ଚ୍ଚରେ ଭୁବନେଶ୍ୱରରୁ ୨ କୋଟି ୨୦ ଲକ୍ଷ ଲୁଟିଲେ ସାଇବର ଠକ

add-all

ଭୁବନେଶ୍ୱର : ମାର୍ଚ୍ଚରେ ଭୁବନେଶ୍ୱରରୁ ୨ କୋଟି ୨୦ ଲକ୍ଷ ଟଙ୍କା ଲୁଟିଲେ ସାଇବର ଠକ। ଯାହା ଭିତରେ ଅନ୍‌ଲାଇନ ଟ୍ରେଡିଂ ଓ ଇନଭେଷ୍ଟମେଣ୍ଟ ନାଁରେ ୧.୫୫ କୋଟି ଟଙ୍କା ଠକେଇ ହୋଇଛି। ସେହିପରି ଓଟିପି, କେୱାଇସି ଅପଡେଟ୍‌ ଲିଙ୍କରେ କ୍ଲିକ୍‌ ନାଁରେ ୬୫ ଲକ୍ଷ ଟଙ୍କା ଚଳୁ ହୋଇଛି। ଅନ୍ୟପଟେ ଟେଲିଗ୍ରାମ ବ୍ୟବହାର ଜରିଆରେ ଠକେଇ କରାଯାଉଥିବା ନୂଆ ତରିକା ମଧ୍ୟ ଧରାପଡ଼ିଛି। ଏନେଇ ଆଜି ଭୁବନେଶ୍ୱର ସାଇବାର ଥାନା ପକ୍ଷରୁ ସୂଚନା ଦିଆଯାଇଛି।

ପୁଲିସ କହିବା ମୁତାବକ, ଅନେକ ଶିକ୍ଷିତ ଲୋକଙ୍କୁ ୱାର୍କ ଫମ୍ ହୋମ୍ ବା ଘରୁ କାମ କରି ରୋଜଗାର କରିବାର ଲୋଭ ଦେଖାଇ ଠକୁଛନ୍ତି ଲୁଟେରା।

ଅଧିକ ରିଟର୍ଣ୍ଣ ମୋହ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି ସାଇବର ଠକ୍। ପ୍ରଥମ ଜମା ଉପରେ ଆକର୍ଷଣୀୟ ସୁଧା ଦେଉଛନ୍ତି। ଏହା ପରେ ମିଳୁଥିବା ଜମା ସମୂଳ ହଡ଼ପ କରୁଛନ୍ତି। ଏହି ଧରଣର ସର୍ବାଧିକ ୧୪ଟି ମାମଲା ରୁଜୁ ହୋଇଛି। ଏହି ମାମଲାଗୁଡ଼ିକରେ ୧ କୋଟି ଟଙ୍କାରୁ ଅଧିକ ଠକେଇ ହୋଇଛି।

ସାଇବର ଥାନା ଗଠନର ଦେଢ଼ ବର୍ଷ ଭିତରେ ଗତ ଅଗଷ୍ଟ ମାସରେ ସର୍ବାଧିକ ଠକେଇ ମାମଲା ରେକର୍ଡ କରାଯାଇଛି। ଏହି ସମୟ ଭିତରେ ମୋଟ ଠକେଇ ଫୋନ୍ କଲ ୪୦୫ଟି, ଓଟିପି ଠକେଇ ୨୧୭ଟି, ସାମାଜିକ ଗଣମାଧ୍ୟମ ଜରିଆରେ ୧୦୫ଟି ଠକେଇ ହୋଇଛି। ଚଳିତବର୍ଷ ଜାନୁଆରୀରେ ୧ କୋଟି ୮୭ ହଜାର ଟଙ୍କା, ଫେବୃଆରୀରେ ୧ କୋଟି ୪୪ ଲକ୍ଷ ଟଙ୍କା ଠକେଇ ହୋଇଥିଲା।

ad-week
Leave A Reply

Your email address will not be published.