ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଆନ୍ଦୋଳନ

add-all

ଭୁବନେଶ୍ବର: ଗତ ଶନିବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମହାତ୍ମାଗାନ୍ଧୀ ମାର୍ଗରେ ଧାରଣା ଦେଇଛି ଓଡ଼ିଶା ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକ ସଂଘ। ସଂଘ ସଭାପତି ପଞ୍ଚାନନ ଜେନା କହିଛନ୍ତି ଯେ ଗତ ନଭେମ୍ବର ୧୫ ତାରିଖରେ ସରକାର ଚୁକ୍ତିଭିତ୍ତିକ ପ୍ରଥାକୁ ବିଲୋପ କଲେ ବୋଲି ଘୋଷଣା କରିଥିଲେ। ସେହି ଅନୁସାରେ ଏକ ନୋଟିଫିକେସନ ପ୍ରକାଶ କରାଯାଇଥିଲା ଏବଂ ସମସ୍ତ ଚୁକ୍ତିଭିତ୍ତିକ ପଦବିକୁ ନିୟମିତ କରି ୬ଟି ଇନ୍କ୍ରିମେଣ୍ଟ୍ ଦେବା ପାଇଁ ପ୍ରକାଶ କରାଯାଇଥିଲା। କିନ୍ତୁ ଏହି ନିୟମକୁ ଗଣଶିକ୍ଷା ବିଭାଗ କାର୍ଯ୍ୟକାରୀ ନ କରିବାରୁ ଗତ ଡିସେମ୍ବର ୭ ତାରିଖରେ ସଂଘ ଆନ୍ଦୋଳନ କରିଥିଲା।

ଏବେ ୨୦୧୬ ରୁ ୨୦୨୨ ମଧ୍ୟରେ ନିଯୁକ୍ତି ପାଇଥିବା ୧୮ ହଜାର ଚୁକ୍ତିଭିତ୍ତିକ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରୁ ବଂଚିତ ହେଉଛନ୍ତି। ସେହିଭଳି ୨୦୧୬ ବ୍ୟାଚ୍ର ୩୨୦୦ ଚୁକ୍ତିଭିତ୍ତିକ ଶିକ୍ଷକ ୭ ବର୍ଷ ପରେ ବି ନିୟମିତ ହୋଇପାରୁନାହାନ୍ତି। ତେଣୁ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂଘର ସମ୍ପାଦକ ସତ୍ୟଭୂଷଣ ତରାଇ କହିଛନ୍ତି।

ଓଡ଼ିଶା ସରକାରୀ ହାଇସ୍କୁଲର ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଚାକିରି ନିୟମିତ କରିବା ନେଇ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ବିଚାରବିମର୍ଶ ଚାଲିଛି। ଏଣୁ ଶିକ୍ଷକମାନେ ଆନ୍ଦୋଳନ ଛାଡ଼ି ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ। ଏଭଳି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀରରଞ୍ଜନ ଦାଶ।

ad-week
Leave A Reply

Your email address will not be published.