ଜାପନରେ ନିପ୍ପନ ଷ୍ଟିଲର ଡାଇରେକ୍ଟରଙ୍କ ସହ ସାକ୍ଷତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

add-all

ଆଜି ଜାପାନରେ ପହଞ୍ଚିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୋକିଓ ବିମାନବନ୍ଦରରେ ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ଏବଂ ଦୂତାବାସର ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଓଡିଶାକୁ ପୁଞ୍ଜି ନିବେଶକକାରୀଙ୍କୁ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଏହି ଗସ୍ତ କରିଛନ୍ତି । ତାଙ୍କର ଏହି ଗସ୍ତ ଓଡିଶା ଏବଂ ଜାପାନ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା  ରଖିଛନ୍ତି । ଜାପାନ ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି। ।

ମୁଖ୍ୟମନ୍ତ୍ରୀଙ୍କର ନିପ୍ପନ ଷ୍ଟିଲ୍ ର ସଭାପତି ତଥା ରିପ୍ରେଜେଣ୍ଟଟିଭ୍ ଡାଇରେକ୍ଟରଙ୍କ ସହିତ ସାକ୍ଷାତ ସହ ଆଲୋଚନା କରିଛନ୍ତି।  ଆସନ୍ତାକାଲି  ଓଡିଶା ବିଜିନେସ୍ ମିଟ୍ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପ୍ରମୁଖ ଜାପାନୀ ଉଦ୍ୟୋଗୀଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିବେ। ଏହି କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ଶିଳ୍ପପତି ଏବଂ ଉଦ୍ୟୋଗୀ ଯୋଗଦେବେ ।

ad-week
Leave A Reply

Your email address will not be published.