ଏନୱାଇକେ ପକ୍ଷରୁ ବର୍ଷା ଜଳ ଚିତ୍ରାଙ୍କନ ପ୍ରତିଯୋଗୀତା

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ପୋଲିସ୍ ହାଇସ୍କୁଲ ଫୁଲବାଣୀ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବର୍ଷା ଜଳ ଉପରେ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା l ଅନୁଷ୍ଠିତ କlଯ୍ୟକର୍ମ କୁ ମୂଖ୍ୟ ଅତିଥି ଭାବରେ ପୋଲିସ ହାଇସ୍କୁଲ ଫୁଲବାଣୀର ପ୍ରଧାନ ଶିକ୍ଷକ ଦେବୀ ପ୍ରସାଦ ଶତପଥୀ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଶିକ୍ଷକ ସନ୍ତୋଷ କୁମାର ମିଶ୍ର ଏବଂ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମି ସତ୍ୟବାନ ଦଳ ବେହେରା, ସ୍ୱେଚ୍ଛା ସେବୀ ରିତୀମା ବାଘ, ପ୍ରମୁଖ ଯୋଗ ଦେଇଥିଲେ l ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ କୁଇ ଜ ପ୍ରତିଯୋଗୀତ l ଅନୁଷ୍ଠିତ ହୋଇଥିଲା ଏଥିର ପି ପ୍ରେମ କୁମାର ପ୍ରଥମ, ସୋମନାଥ ନାୟକ ଦ୍ଵିତୀୟ, ଆଲୋକ ଦିଗାଲ ତୃତୀୟ ହୋଇଥିଲେ l ସେହିପରି କୁଇଜରେ ଅଙ୍କିତ ଦିଗାଲ ପ୍ରଥମ, ଆଶିଷ ମହାନନ୍ଦ ଦିତୀୟ ଏବଂ ଜ୍ୟୋତିମୟୀ ମିଶ୍ର ତୃତୀୟ ହୋଇ ଥିଲେ l ମୂଖ୍ୟ ଅତିଥି ଅନୁଷ୍ଠିତ କାର୍ଯ କ୍ରମର ମୂଖ୍ୟ ଲକ୍ଷ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅବଗତ କରିଥିଲେ l ବୈଠକରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ ଦଳବେହେରା ମୁଖ୍ୟ ଅତିଥି ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ସ୍ଵେଚ୍ଛାସେବୀ ମେଘାରାଣୀ ମହାପାତ୍ର ଧନ୍ୟବାଦ ଅର୍ପଣ କରି ଥିଲେ l

ad-week
Leave A Reply

Your email address will not be published.