କନ୍ଧମାଳ ପୁଲିସକୁ ମିଳିଛି ବଡ ସଫଳତା : କେସିଙ୍ଗାରୁ ଲୁଟେରାଙ୍କୁ କାବୁ କଲା ପୁଲିସ, ସବୁ ଟଙ୍କା ଉଦ୍ଧାର…

add-all

ଫୁଲବାଣୀ: ୪୮ ଘଣ୍ଟା ମଧ୍ୟରେ ଫୁଲବାଣୀ ପୁଲିସ କୁ ମିଳିଛି ବଡ ସଫଳତା l ସମସ୍ତ ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇଛି କନ୍ଧମାଳ ପୁଲିସ। ସୋମବାର ଦିନ ଫୁଲବାଣୀ ଆକ୍ସିସ ବ୍ୟାଙ୍କ ପାଖରୁ ଲୁଟ ହୋଇଥିବା ସବୁ ଟଙ୍କା ସହ ମୋବାଇଲ, ତାଲା ଖୋଲିବା ପାଇଁ ମାଷ୍ଟର-କି ଉଦ୍ଧାର କରାଯାଇଛି। ଗିରଫ ଦୁଇ ଜଣ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ ପାକଲାପଲ୍ଲୀର ଏ. କିଶୋର ଓ ଏ. ହରି ବୋଲି ଜଣାପଡିଛି। ଏମାନଙ୍କୁ ଖସାଇ ନେଉଥିବା ଏମ. ଲିଲି, ସରସ୍ବତୀ, ଏମ. ପାଣ୍ଡୁ ଓ କାର ଡ୍ରାଇଭର ଲିଟୁ ଗୌଡକୁ ମଧ୍ୟ ପୁଲିସ ଗିରଫ କରିଛି। ଏ ସମସ୍ତଙ୍କ ଘର ଆସ୍କା ଅଞ୍ଚଳରେ ଘଟଣାରେ ସଂପୃକ୍ତ ଦୁଇ ଲୁଟେରାଙ୍କୁ କଳାହାଣ୍ଡି ଜିଲ୍ଲା କେସିଙ୍ଗାରୁ ଗିରଫ କରାଯାଇଥିବା ନେଇ ସ୍ଥାନୀୟ ଟାଉନ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର।ଏମାନଙ୍କ ବିରୋଧରେ ଅଧିକାଂଶ ଜିଲ୍ଲାରେ ପୂର୍ବରୁ ଲୁଟ୍ ଓ ଡକାୟତି ମାମଲା ରହିଛି ବୋଲି ମଧ୍ଯ କହିଥିଲେ ଏସ୍ପି ପାତ୍ର l
ପ୍ରକାଶ ଥାଉକି ସୋମବାର ଫୁଲବାଣୀର ବ୍ୟବସାୟୀ ଅଶ୍ବିନୀ ପାତ୍ର ଆକ୍ସିସ ବ୍ୟାଙ୍କକୁ ଟଙ୍କା ଜମା କରିବା ପାଇଁ ଯାଉଥିବା ବେଳେ ଦୁଇ ଜଣ ଯୁବକ ଏକ କଳା ପଲସରରେ ଆସି ତାଙ୍କ ଠାରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଛଡାଇ ନେଇଥିଲେ।ଟାଉନ ଥାନା ପୁଲିସ ତୁରନ୍ତ ନିକଟସ୍ଥ ସିସିଟିଭି ଯାଞ୍ଚ କରି ତଦନ୍ତ ଆରମ୍ଭ କରିଥିଲା। ଗତକାଲି ଏହି ସଫଳତା ପାଇଛି ପୋଲିସ l ପୋଲିସ ଲୁଟେରାଙ୍କ କାବୁ କରିବା ସଫଳତା ପରେ ବ୍ୟାବସାୟି ଶାସକର ପାତ୍ର କନ୍ଧମାଳ ଏସ୍ପି ଏବଂ ଫୁଲବାଣୀ ଟାଉନ ପୋଲିସଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି l

ad-week
Leave A Reply

Your email address will not be published.