
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଏକ ବିବାହ ଉତ୍ସବରେ ନିମନ୍ତ୍ରଣ ଅତିଥି ଦେଇଥିବା ଉପହାର ହୋମ ଥିଏଟେରରେ ବିସ୍ପୋରଣ। ଏଥିରେ ନବ ବିବାହିତ ବର ଏବଂ ବରର ଭାଇ ମୃତ୍ୟୁ ବରଣ କରିଛନ୍ତି। ପାରିବାରର ଚାରି ଜଣ ଗୁରୁତର।ଗତ କାଲି ଛତିଶଡ଼ର କବିରଧାମ ଜିଲ୍ଲା ଚମାରି ଗାଁ ରେ ଏକ ବିବାହ ଉତ୍ସବ ଚାଲିଥାଏ। ଏତିକି ବେଳେ ପ୍ରେମୀ ଯୁବକ ପ୍ରେମିକାର ପତି କୁ କ୍ଷତି ପହଞ୍ଚାଇବା ପାଇଁ ଷଡ଼ଯନ୍ତ୍ର ରଚିଥିଲା। ବାରୁଦ ଭର୍ତ୍ତି ସାଉଣ୍ଡ ସିଷ୍ଟମ୍ କୁ ପ୍ରେମିକ ସଞ୍ଜୁ ମର୍କମ୍ ପ୍ରେମିକା ଏବଂ ତା ସହ ବିବାହ କରୁଥିବା ବର କୁ ମାରିଦେବାକୁ ଟାର୍ଗେଟ କରିଥିଲା। ପ୍ରେମୀ ଯୁବକ ସଞ୍ଜୁ ମର୍କମ ମଧ୍ଯପ୍ରଦେଶ ର ଛପଲା ଜିଲ୍ଲାର ବାଲାଘାଟ ର। । ପ୍ରେମିକା ଲଲିତା ମଧ୍ଯ ସେହି ମଧ୍ଯ ପ୍ରଦେଶ ର ବାଲାଘାଟ ଜିଲ୍ଲା ର ଚମାରୀ ଗାଁ ର। ଉଭୟଙ୍କ ନିବିଡ଼ ସମ୍ପର୍କ ଗଢ଼ି ଉଠିଥାଏ। ଏହାରି ଭିତରେ ଛତିଶଗଡ ର ହିମେନ୍ଦର୍ ସହ ଵିଵାହ ପ୍ରେମିକା ଲଲିତା ସହ ବାହାଘର ଠିକ୍ ହୋଇଯାଏ। ତେଣୁ ଏହାକୁ ସହ୍ୟ କରି ନପାରି ପ୍ରତିଶୋଧ ନେବାକୁ ଠାଣି ଥାଏ। ପ୍ରେମିକା ସଞ୍ଜୁ ପେଶା ରେ ଜଣେ ମେକାନିକ। ପୁର୍ବରୁ ସେ ଏକ ମାଇନିଙ୍ଗ କମ୍ପାନୀ ରେ କାମ କରି ଏହି ବିସ୍ପୋରଣ ସମ୍ପର୍କ ରେ ଅନେକ କିଛି ଜାଣି ସାରିଥାଏ। ତେବେ ବାହାଘର ସମୟରେ ଅଭିଯୁକ୍ତ ସଞ୍ଜୁ ଏକ ଦୋକାନ ରୁ ଏହି ଇଲୋକ୍ଟ୍ରୋନିକ ସାଉଣ୍ଡ ଡିଭାଇସ୍ କିଣି ତା ଭିତରେ ବାରୁଦ ଭର୍ତ୍ତିକରି ବିବାହ ବେଳେ ଉପହାର ଦେଇଥିଲା। ସବୁ ଉପହାର ଗୁଡିକ ବିବାହ ସରିବା ପରେ କନ୍ୟା ଘରୁ ବର ଘରକୁ ପଠାଯାଇଥିଲା। ଘରେ ସମସ୍ତେ ଉପସ୍ଥିତି ଥାଏ ଖଲଗଲା ବିଭିନ୍ନ ଉପହାର। ଆଉ ଏହି ହୋମ ଥିଏଟର ଖୋଲି ବର ଗୀତ ଶୁଣିବାକୁ ଯାଇ କରେଣ୍ଟ ସଂଯୋଗ କଲା ବେଳେ ଏକ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ବର ଏବଂ ବର ର ଭାଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ପାରିବାର ର ଚାରି ଜଣ ଗୁରୁତର ହୋଇଛନ୍ତି। ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ତଦନ୍ତ ବେଳେ ଅଭିଯୁକ୍ତ ପ୍ରେମିକ ସଞ୍ଜୁ ଧରା ପଡିଥିଲା। ଏବଂ ପୋଲିସ ର ପଚରା ଉଚୁରା ବେଳେ ସବୁ କିଛି ସେ ମାନିଯାଇଥିଲ।।