ଦିଅରର କଟୁରୀ ଚୋଟରେ ଭାଉଜ ମୃତ

add-all

ଯାଜପୁର: ଭାଉଜକୁ ହାଣିଲା ଦିଅର। ଘଟଣାସ୍ଥଳରେ ଭାଉଜର ମୃତ୍ୟୁ। ଏଭଳି ବିଭତ୍ସ ଘଟଣା ଘଟିଛି ଯାଜପୁର ଜିଲ୍ଲା ବୈରୀ ଥାନା କପାଷ୍ଟିକିରି ଗ୍ରାମରେ। ମୃତ ମହିଳା ଗ୍ରାମର ଗୌରାଙ୍ଗ ନାୟକଙ୍କ ପତ୍ନୀ ଅନିତା ନାୟକ। ଆଜି ସକାଳୁ ଅନିତା ଘର ଦାଣ୍ଡ ପହଁରୁ ଥିବା ସମୟରେ ଦିଅର ଜୟନ୍ତ ନାୟକ ଘର ଭିତରକୁ ଟେକି ନେଇ କଟୁରି ଓ ଶାବଳ ସାହାଯ୍ୟରେ ଆକ୍ରମଣ କରିଥିଲା।

ମହିଳାଙ୍କ ସ୍ୱାମୀ ଓ ପୁଅ ପଡୋଶୀ ଲୋକଙ୍କୁ ଡାକ ପକାଇଥିଲେ ସୁଦ୍ଧା କେହି ଆସିନଥିଲେ। ହତ୍ୟା କରିବା ପରେ ଘର ଭିତରୁ ଘୋଷାଡି ଆଣି ଦାଣ୍ଡ ରାସ୍ତାରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିବା ଜଣାଯାଇଛି। ଖବର ପାଇ ବୈରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟି ଫିକ ଟିମ ସହାୟତାରେ ତଦନ୍ତ ଚଳାଇଛି। ପାରିବାରିକ କଳହ ସହ ଜମିବାଡ଼ି ବିବାଦ ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏନେଇ ପୋଲିସ ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ଦିଅର ଫେରାର ଥିବା ଜଣାପଡିଛି।

ad-week
Leave A Reply

Your email address will not be published.