‘ସରି ଅଲ୍ ଅଫ୍ ୟୁ’  ଲେଖି ଝୁଲି ପଡ଼ିଲେ ବିଜେଡି ନେତା…

add-all

ସୁନ୍ଦରଗଡ଼ : ‘ସରି ଅଲ୍ ଅଫ୍ ୟୁ’  ହ୍ୱାଟସଆପ୍‌ ଷ୍ଟାଟସରେ ଲେଖି ଝୁଲି ପଡ଼ିଲେ ସୁନ୍ଦରଗଡ ଟାଉନ ଯୁବ ବିଜେଡି ସଭାପତି। ଆଜି ସକାଳେ ନିଜ ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।  ତାଙ୍କ ନାଁ ଧୀରଜ୍ ପ୍ରସାଦ। ଧୀରଜଙ୍କ ଘର ଟାଉନ ଥାନା ରାଜବାଟି ଅଞ୍ଚଳରେ।

ଗତକାଲି ଧୀରଜ ହସଖୁସିରେ ସାଙ୍ଗମାନଙ୍କ ସହ ଦିନ ବିତାଇଥିଲେ। ସନ୍ଧ୍ୟାରେ ବିଜେଡି କର୍ମୀଙ୍କ ସହ ବସି  କଥା ହୋଇଥିଲେ। ହେଲେ ରାତି ପ୍ରାୟ୧୨ ଟା ସମୟରେ ଧୀରଜ ନିଜ ହ୍ୱାଟସଆପ୍‌ ଷ୍ଟାଟସରେ ‘ସରି ଅଲ୍ ଅଫ୍ ୟୁ’  ଲେଖି ଛାଡ଼ିଥିଲେ। ପରେ ସେ ନିଜ ରୁମ୍‌ରେ ଥିବା ଫ୍ୟାନ୍‌ରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିଲେ। ଆଜି ସକାଳେ ପରିବାର ଲୋକେ ଧୀରଜଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ। 

ଧୀରଜ୍ କଣ ପାଇଁ ଆତ୍ମହତ୍ୟା କଲେ, ଏହା ପଛରେ କାରଣ ଅଛି ଅସ୍ପଷ୍ଟ ରହିଛି। ଧୀରଜଙ୍କର କାହା ସହିତ ରାଜନୈତିକ ଶତ୍ରୁତା ଥିଲା ନା ଅନ୍ୟ କିଛି କାରଣ ଅଛି ଜଣାପଡ଼ି ନାହିଁ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ପରିବାର ଲୋକେ ମଧ୍ୟ ଧୀରଜଙ୍କ ଆତ୍ମହତ୍ୟା ନେଇ ମୁହଁ ଖୋଲି ନାହାନ୍ତି। ଧୀରଜ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ପ୍ରେମ ଜନିତ କାରଣ ପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। 

ad-week
Leave A Reply

Your email address will not be published.