ପୁଣି ଚିଲିକାର ଅଟକିଲା ଯାତ୍ରୀବାହୀ ଘାଟ ଡଙ୍ଗା

add-all

ବ୍ରହ୍ମଗିରି: ସାତପଡ଼ା ଚିଲିକା ରେ ଜହ୍ନିକୁଦା ରୁ ସାତପଡ଼ା କୁ ଯାଉଥିବା ଯାତ୍ରୀବାହୀ ଡଙ୍ଗା, ଜହ୍ନିକୁଦା ଠାରୁ ୩୦୦ମିଟର ଆସିବା ପରେ ଫସି ରହିଛି। ଏହି ଘାଟ ଡଙ୍ଗା ରେ ୫୦ରୁ ଉର୍ଦ୍ଧ ଯାତ୍ରୀ ଥିଲା ବେଳେ ୨୦ରୁ ଉର୍ଦ୍ଧ ବାଇକ ରହିଛି। କିଛି ମହିଳା ଯାତ୍ରୀ ଥିବା ଜାଣିବାକୁ ମିଳିଛି। ଆଜି ଅପରାହ୍ନ ୫ ଟା ୧୦ ରେ ଘାଟ ଡଙ୍ଗାଟି, ଜହ୍ନିକୁଦାରୁ ସାତପଡ଼ା ଅଭିମୁଖେ ବାହାରି ଥିଲା।

ଚିଲିକାରେ ପାଣି କମ୍ ଯୋଗୁଁ ଡଙ୍ଗାଟି ଯାତାୟତ କରୁଥିବା Channelରୁ ବାହାରକୁ ଚାଲିଯିବାରୁ, ମଝି ଚିଲିକାରେ ଦୀର୍ଘ ସମୟ ଧରି ଡଙ୍ଗାଟି ଫସି ରହିଛି। ଚିଲିକାରେ ଭାସପୋଲରେ ଲୋକେ ଫେରିବା ବେଳେ ଏହି ଭିଡିଓଟି ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି । ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣାପଡିଛି ।

ad-week
Leave A Reply

Your email address will not be published.