ଯାଜପୁରରେ ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ୍ୟୁ ଘଟଣା: ଦିଅର ସମେତ ଯାଆ ଓ ଅନ୍ୟ ଜଣେ ସହଯୋଗୀ ଗିରଫ

add-all

ଯାଜପୁର:ଦିଅରର ଟାଙ୍ଗିଆ ଚୋଟରେ ଭାଉଜ ମୃତ୍ୟୁ ଘଟଣା। ଦିଅର ସମେତ ୩ଜଣ ଗିରଫ। ସୂଚନା ମୁତାବକ, ଗତ ୫ତାରିଖ ସକାଳେ ଯାଜପୁର ଜିଲ୍ଲା ବୈରୀ ଥାନା କପାଷ୍ଟିକିରି ଗ୍ରାମର ଗୌରାଙ୍ଗ ନାୟକଙ୍କ ପତ୍ନୀ ଅନି ନାୟକ ଘର ଦାଣ୍ଡ ପହଁରୁଥିଲେ। ଏହି ସମୟରେ ଦିଅର ଜୟନ୍ତ ନାୟକ ଭାଉଜକୁ ଘର ଭିତରକୁ ଟେକି ନେଇଥିଲା। ପୂର୍ବ ଯୋଜନା ମୁତାବକ ଯାଆ ଉର୍ମିଳା ନାୟକ ଓ ସମ୍ପର୍କୀୟ ରବୀନ୍ଦ୍ର ବାରିକ ଅନିର ଗୋଡ଼ ହାତକୁ ମାଡି ବସିଥିବା ବେଳେ ଜୟନ୍ତ ଏକ ଟାଙ୍ଗିଆରେ ବେକରେ ଚୋଟ ପକାଇଥିଲା। ହତ୍ୟା କରିବା ପରେ ଘର ଭିତରୁ ଘୋଷାଡି ଆଣି ଦାଣ୍ଡ ରାସ୍ତାରେ ଫିଙ୍ଗି ଦେଇ ଫେରାର ହୋଇଯାଇଥିଲେ।

ଖବର ପାଇ ବୈରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଚଳାଇଥିଲା। ତେବେ ଘଟଣାର ୪୮ଘଣ୍ଟା ମଧ୍ୟରେ ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ ସହ ସମ୍ପୃକ୍ତ ୩ଜଣ ଅଭିଯୁକ୍ତକୁ ଗିରଫ କରିଛି ବୈରୀ ଥାନା ପୋଲିସ। ଜମିବାଡ଼ି ବିବାଦ ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ନେଇ ଆଜି ବୈରୀ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଯାଜପୁରରୋଡ଼ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

ad-week
Leave A Reply

Your email address will not be published.