ଆସନ୍ତା ପାଞ୍ଚଦିନ ଯାଏ ଦିନରେ ଖରା ଓ ଅପରାହ୍‌ଣରେ କାଳ ବୈଶାଖୀ

add-all

ଭୁବନେଶ୍ୱର : ଦିନରେ ଖରା, ଅପରାହ୍‌ଣରେ କାଳ ବୈଶାଖୀର ତାଣ୍ଡବ। ରାଜ୍ୟରେ ବଢୁଛି ତାପମାତ୍ରା। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩୪ରୁ ୩୯ ଡିଗ୍ରି ସେଲସିୟସ ଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୩୨ରୁ ୩୭ ଡିଗ୍ରି ମଧ୍ୟରେ ରେକର୍ଡ ହୋଇଛି। ଦିନରେ ଗରମ ଅନୁଭୂତ ହେଉଥିବା ବେଳେ ଅପରାହ୍ନରେ ଅଧିକାଂଶ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖାଉଛି। ଆସନ୍ତା ପାଞ୍ଚଦିନ ଯାଏ ତାପମାତ୍ରାରେ ବିଶେଷ ଧରଣର ପରିବର୍ତ୍ତନ ନାହିଁ। ଆଗାମୀ ୨୪ ଘଣ୍ଟାରେ ବର୍ଷା, ବିଜୁଳି ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୪୦ରୁ ୫୦ କିମି ବେଗରେ ପବନ ପାଇଁ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ସାତଟି ଜିଲ୍ଲା କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି ବିଜୁଳି ଓ ଘଡ଼ଘଡ଼ି ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୮ତାରିଖରେ ବର୍ଷା, ବିଜୁଳି ଘଡ଼ଘଡ଼ି ଓ ୪୦ରୁ ୫୦ କିମି ବେଗରେ ପବନ ପାଇଁ ୭ଟି ଜିଲ୍ଲା ଓ ବିଜୁଳି ଘଡ଼ଘଡ଼ି ପାଇଁ ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ୧୧ ତାରିଖ ପରେ ଏହାର ପ୍ରଭାବ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ad-week
Leave A Reply

Your email address will not be published.