ରିମାଣ୍ଡରେ ଆସିବେ ପୋଷ୍ଟାଲ ଏଜେଣ୍ଟ ସ୍ବର୍ଣ୍ଣାଲତା

add-all

ଭୁବନେଶ୍ବର: ମାର୍ଚ୍ଚ ୧,୨୦୨୩ । ଲିଙ୍ଗରାଜ ଥାନାକୁ ଆସି ପୋଷ୍ଟାଲ ଏଜେଣ୍ଟଙ୍କ ଦ୍ୱାରା ବଡ଼ ଧରଣର ଠକେଇ ହୋଇଥିବା ଅଭିଯୋଗ କରିଥିଲେ ପୁରୁଣା ଭୁବନେଶ୍ୱରର ସ୍ଵର୍ଣପ୍ରଭା ମହାସୁଆର । ଅଭିଯୋଗ ଅନୁଯାୟୀ ସ୍ବର୍ଣ୍ଣାଲତା ଦାସ ନାମକ ଜଣେ ଏଜେଣ୍ଟ ତାଙ୍କର ୧୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଡିପୋଜିଟ ପାଇଁ ନେଇ ଚଳୁ କରିଦେଇଛନ୍ତି। ଲିଙ୍ଗରାଜ ଥାନା ପକ୍ଷରୁ ଘଟଣାର ତଦନ୍ତ କରିବା ବେଳେ ୪୨୦ ଏଜେଣ୍ଟ ଜଣଙ୍କ RD, FD କରିବାକୁ କହି ୯୮ ଜମାକାରୀଙ୍କ ୧୨୯ ଟି ଆକାଉଣ୍ଟରୁ କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ଚଳୁ କରିଥିବା ଜାଣିବାକୁ ପାଇଥିଲା ପୋଲିସ। କେସ ନମ୍ବର ୬୫ ଦଫା ୪୧୭, ୪୨୦ , ୪୦୬, ୨୯୪, ୫୦୬ ରେ ମହିଳା ପୋଷ୍ଟାଲ ଏଜେଣ୍ଟଙ୍କୁ ଗିରଫ କରିବା ସହ ୧୬୧ Crpc ରେ ବୟାନ ରେକର୍ଡ କରାଯାଇଛି ।

ବୃଦ୍ଧା ସୁବାସିନୀ ବେହେରା । ମୁନିସିପାଲ ହସ୍ପିଟାଲରେ ଆଟେନଣ୍ଡାଣ୍ଟ ଭାବେ କାମ କରି ବୋହୁ, ନାତି, ନାତୁଣୀ ନାଁରେ ଟଙ୍କା ସଞ୍ଚିଥିଲେ। ହେଲେ ଭୁଆଁ ବୁଲାଇ କଷ୍ଟ ଅର୍ଜିତ ଟଙ୍କାକୁ ସ୍ବର୍ଣ୍ଣଲତା ନେଇଯିବା ପରେ ଥାନା ଆଇଆଇସିଙ୍କୁ ନିଜ ଦୁଃଖ ଜଣାଇଛନ୍ତି । ସେପଟେ ଘଟଣାକୁ ବେଶ ଗମ୍ଭୀରତା ର ସହ ନେଇଛି କମିଶନରେଟ ପୋଲିସ। ଅଭିଯୁକ୍ତ ମହିଳାଙ୍କ ସ୍ୱାମୀ ଓ ଶ୍ବଶୁର ମଧ୍ୟ କ୍ରାଇମ ସିଣ୍ଡିକେଟର ଭାଗିଦାର ବୋଲି ଜଣାପଡିଛି ।ଆବଶ୍ୟକ ସ୍ଥଳେ ସ୍ଵର୍ଣରେଖାଙ୍କୁ ରିମାଣ୍ଡରେ ଆଣି ପୋଷ୍ଟାଲ ଠକେଇର ଗୁମର ଖୋଲିବ ବୋଲି କହିଛନ୍ତି ଏସିପି । ଲୋକେ ନିଜ ଠକେଇ ଟଙ୍କା ଫେରି ପାଇବା ପାଇଁ ଆଇନର ଆଶ୍ରୟ ନେଇଥିବା ବେଳେ ଏ ସମ୍ପର୍କରେ ପୋଷ୍ଟାଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ad-week
Leave A Reply

Your email address will not be published.